jsm

ଭାରତରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣି) : ଭାରତରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଝାରବନ୍ଧ ବ୍ଲକ ରାଜେନ୍ଦ୍ରପୁର ଠାରେ ପାଳିତ ହୋଇଯାଇଛି । ଆମ୍ବେଦକର ୱାରିୟର ସଂଗଠନ ତରଫରୁ ଝାରବନ୍ଧ କଲେଜରୁ ଏକ ବିଶାଳ ବାଇକରେଲି ଡଭାରାସ୍ତା ଦେଇ ରାଜେନ୍ଦ୍ରପୁର ଠାରେ ପହଞ୍ଚିଥିଲା । ସେଠାରେ ଗ୍ରାମବାସୀ ସ୍ୱାଗତ କରିବା ପରେ ଗ୍ରାମରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏକ ବିଶାଳ ଜନସମାଗମରେ ପାଇକମାଲ ସଭାପତି ମୁରଲି ସୁନାଙ୍କ ପରିଚାଳନାରେ ସଭାରେ ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ଜଗଦୀଶ ଲୁହା, ମୁଖ୍ୟ ବକ୍ତା ଆମ୍ବେଦକର ୱାରିୟର ପ୍ରତିଷ୍ଠାତା ଜୟକୁମାର ଜାଲ‌‌‌ ସମ୍ମାନୀୟ ଅତିଥି ଶିକ୍ଷାବିତ ମହେଶ ବାଗ ସମ୍ମାନୀୟ ଅତିଥି ପିତାମ୍ବର ବାଗ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଜୀବନ ଓ ଦର୍ଶନ ବିଷୟରେ ବକ୍ତାଗଣ ସାରଗର୍ଭକ ଆଲୋଚନା କରିଥିଲେ । ସଭାଶେଷରେ ସୁଜନ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟ, ଭରତ ତଥା ରାଜେନ୍ଦ୍ରପୁର ଆମ୍ବେଦକର ୱାରିୟର ସଦସ୍ୟ ମାନେ ଆୟୋଜନ କରିଥିଲେ ।

yuvodaya
Leave A Reply

Your email address will not be published.