pakka

ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନର ୯୮ତମ ମାସିକିଆ ମାଗଣା ହାଟ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଜର ୯୮ତମ ମାସିକିଆ ମାଗଣା ହାଟ ବଲାଙ୍ଗିର ବସ୍ତିଠାରେ ଅନୁଷ୍ଠିତ କରିଛି । ପ୍ରତିମାସ ଭଳି ଏହି ମାସ ମଧ୍ୟ ବସ୍ତିବାସୀଙ୍କୁ ପୋଷାକ ଏବଂ ଘରୋଇ ଉପକରଣ ସହ ପିଲାମାନଙ୍କ ପାଇଁ ଚକଲେଟ, ବିସ୍କୁଟ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଏହି ହାଟରୁ ବସ୍ତିବାସୀ ନିଜ ଇଚ୍ଛାରେ ନିଜର ଦରକାରୀ ସାମଗ୍ରୀ ଏବଂ ପୋଷାକର ନିଶୁକ୍ଳ ମୂଲ୍ୟରେ ଲାଭ ଉଠେଇଥିଲେ । ବସ୍ତିର ଅଧ୍ୟକ୍ଷ କୃଷ୍ଣ ନାୟକ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଅନୁଷ୍ଠାନ ପକ୍ଷରୁ ରାଜେନ୍ଦ୍ର ପଣ୍ଡା, ମୋହନ ପଟ୍ଟନାୟକ, ରୋବେର୍ଟ ହାଇଫିଲ, ଧନଲକ୍ଷ୍ମୀ, ପୂଜା ପ୍ରସାଦ ଏବଂ ବବିତା ମହାରଣା ଉପସ୍ଥିତ ଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମଟି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପଣ୍ଡା, କଲ୍ୟାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଇଥିଲା ।

jay balangir
Leave A Reply

Your email address will not be published.

three × 4 =