ଆହୁରି ଗବେଷଣା କରିବି : ସୀମାରାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ବୌଦ୍ଧ ତୀର୍ଥ କ୍ଷେତ୍ର ତଥା କୋଶଳାଞ୍ଚଳର ବୌଦ୍ଧି ଯୋଗତନ୍ତ୍ର ଉପରେ ଗବେଷଣା କରି ବଲାଙ୍ଗିର ଝିଅ ସୀମାରାଣୀ ରଥ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପିଏଚ୍‌ଡି ଡିଗ୍ରୀ ଗ୍ରହଣ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଦୀର୍ଘ ବର୍ଷ ଧରି ଗବେଷଣାର ସମ୍ମାନ ଗ୍ରହଣ କରିଛନ୍ତି । ୨୦୧୭ରୁ ସୀମାରାଣୀ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ଗବେଷଣା ଆରମ୍ଭ କରିଥିଲେ । ଏଥିରେ ସେ, ବୌଦ୍ଧ ବଜ୍ରଯାନ ଯୋଗର ପ୍ରବକ୍ତା ଦାର୍ଶନିକ ରାଜା ଇନ୍ଦ୍ରଭୂତିଙ୍କର ରଚିତ ଜ୍ଞାନସିଦ୍ଧି ଉପରେ ଗବେଷଣା କରିଥିଲେ । ଏହାକୁ ବିଶ୍ଵବିଦ୍ୟାଳୟ ସ୍ଵୀକୃତି ଦେଇଛି । ଯାହା ଏହି ଅଞ୍ଚଳକୁ ବିଶ୍ଵଦରବାରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ସୀମାରାଣୀ ବିଭିନ୍ନ ଛାପା ଗଣମାଧ୍ୟମ ତଥା ପତ୍ର ପତ୍ରିକାରେ ଗବେଷଣା ମୂଳକ ଲେଖା, ସାମାଜିକ ଓ ସାଂସ୍କୃତିକ ସ୍ତମ୍ଭ ସହ ପଶ୍ଚିମାଞ୍ଚଳର ଐତିହ୍ୟ, ପାଟଣା ଇତିହାସର ଘଟଣାବଳୀ ସନ୍ଦର୍ଭ ପ୍ରକାଶିତ । ଗବେଷଣା କ୍ଷେତ୍ରରେ ନିଜକୁ ସମର୍ପିତ କରିବା ସହ ଆଗକୁ ଆହୁରି ଗବେଷଣା କରିବି । ଭାଷା, ସଂସ୍କୃତି ଦିଗରେ କାମ କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.

seventeen + eighteen =