ବଲାଙ୍ଗିର ଏସ୍‌ଆଇଏଚ୍‌ଏମ୍‌ର ବାର୍ଷିକୋତ୍ସବ

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ଼ ରୋଡରେ ଥିବା ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମେନେଜ୍‌ମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌)ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡ. ସୁରେଶ କୁମାର ଏକନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ସମ୍ମାନିତ ଅତିଥି ଭାବରେ ଭୀମଭୋଇ ମେଡିକାଲ କଲେଜର ଡିନ ପ୍ରଫେସର ଡ. ସ୍ୱୟଂପ୍ରଭା ପ୍ରଧାନ ଓ ସ୍ୱତନ୍ତ୍ର ଅତିଥି ଭାବରେ ଫ୍ରେସସ୍ଲାଇସ ପିଜାଚେନ କ୍ୟୁଏସ୍‌ଆର୍‌, କାନାଡା ଅରବିନ୍ଦ ଯୋଗଦେଇଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଆଜି ଏହି ଅନୁଷ୍ଠାନ ବଲାଙ୍ଗିରର ଗୌରବ ବୃଦ୍ଧି କରିବା ସହି ତାଲିମପ୍ରପ୍ତ ଯୁବକ, ଯୁବତୀଙ୍କୁ ନୂତନ ନିଯୁକ୍ତି ସୁଯୋଗ ଦେଉଛି ବୋଲି କହିଥିଲେ । ଏହା ସହିତ ଏହିଅଞ୍ଚଳର ପିଲାମାନେ ଅଧିକ ସଂଖ୍ୟାରେ ଏହାର ଫାଇଦା ନେବାକୁ ଆହ୍ୱାନ ଦେଇଥିଲେ । ସେହିପରି ହୋଟେଲ ମେନେଜମେଣ୍ଟ ପାଠରେ ନିଯୁକ୍ତି ସମ୍ଭାବନା ଅଧିକ । ଆଜି ଦେଶ ବିଦେଶରେ ନିଶ୍ଚିତ ଚାକିରିର ଉତ୍ସ ହେଉଛି ଏଭଳି ଅନୁଷ୍ଠାନ ବୋଲି କହିବା ସହିତ କ୍ୟାମ୍ପସରେ ୫ଜଣଙ୍କୁ କାନାଡାରେ ଚାକିରି ଦେବାକୁ ଅରବିନ୍ଦ କହିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ଫଳରେ ହୋଇଥିବା କାର୍ଭିଙ୍ଗ ଆର୍ଟପ୍ରଦର୍ଶନ କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 − 12 =