pakka

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ଡ଼ିସେମ୍ବର ୬ରେ ମିଳିତ କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

bbehera

ମ.ରାମପୁର, (ହେମନ୍ତ ସାହୁ) : ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସମୟରେ ଧାରଣା, ଦାବୀପତ୍ର, ବନ୍ଦ ପାଳନ କରିବା ସତ୍ୱେ ଏହି ନାର୍ଯ୍ୟ ଅଧିକାରରୁ ବଂଚିତ ରହିଛନ୍ତି ଅଂଚଳବାସୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜସ୍ୱ ସବଡ଼ିଭିଜନ ହେବାର ସମସ୍ତ ଯୋଗ୍ୟତା ରଖୁଥିବା ବେଳେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକା ହେଇଥିବାରୁ ଏବଂ ଏହି ସବୁ ଇଲାକାର ଜନସାଧାରଣଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯାଇ ବିଭିନ୍ନ ଦପ୍ତରୀ କାର୍ଯ୍ୟ ସଂପାଦନ କରିବାକୁ ବହୁ ବ୍ୟୟ ଓ ସମୟ ସାପେକ୍ଷ ହେଇଥାଏ । ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ମ.ରାମପୁର ବ୍ଲକଟି ମଧ୍ୟବର୍ତ୍ତୀ ସ୍ଥଳ ହେଇଥିବା କାରଣରୁ ମ.ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକକୁ ନେଇ ଏହି ରାଜସ୍ୱ ସବଡ଼ିଭିଜନ ପାଇଁ ଦାବୀ ଚାଲୁରହିଛି । ଏଣୁ ଆସନ୍ତା ୬ ତାରିଖ ଦିନ ମିଳିତ କ୍ରିୟାନୁଷ୍ଠାନ କମିଟୀର ଆହ୍ୱାନ କ୍ରମେ ମ.ରାମପୁର, ନର୍ଲା ଓ କର୍ଲାମୁଣ୍ଡା ବ୍ଲକ ଅଂଚଳରେ ସକାଳ ୬ ଘଂଟା ସମୟରୁ ସନ୍ଧ୍ୟା ୬ ଘଂଟା ସମୟ ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରାରେ ଅଂଚଳବାସୀ ସହଯୋଗ କରିବାକୁ କମିଟୀ ର ସଭାପତି ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ ଏବଂ ସଂପାଦକ ଯତିନ କୁମାର ସାହୁ ନିବେଦନ କରିଛନ୍ତି । ତେବେ ଦାବୀ ହାସଲ ନ ହେବା ପର୍ଯ୍ୟନ୍ତ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଭାପତି, ସଂପାଦକ ସୂଚନା ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

19 + 5 =