pakka

ଆଧାର କାର୍ଡ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ ବାଦୀବାହାଲ ଗ୍ରାମପଞ୍ଚାୟତରେ ଆଧାର କାର୍ଡ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖାପାଖ ଅଞ୍ଚଳ ଖଗସାକନା ଗୋପଲପୁର, ବାଦୀବାହାଲ, ଅଗଲାପାଲି, ଯୋଗୀସର୍ଡା, ରାନୀସର୍ଡା, ବୁର୍ଡା ଓ ଝାକରପାଲି ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବ୍ଳକ ଅଞ୍ଚଳର ଭାରତୀୟ ଜନତା ପାର୍ଟିର ଜଣେ ଆଗଧାଡିର ଜଣାଶୁଣା କାର୍ଯ୍ୟକର୍ତ୍ତା ସୁନୀଲ କୁମାର ଦାଶ । ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୀସର୍ଡାକୁ ୨୯୦୦ଟଙ୍କା ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଅଗଲାପାଲି ଦଳକୁ ୧୯୦୦ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ।

Leave A Reply

Your email address will not be published.

seventeen − 15 =