pakka

ବଡ଼ମାଲ ବନ ବିଭାଗ ପକ୍ଷରୁ ବେଆଇନ ସାବୁଆନ କାଠ ଜବତ : ଜଣେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ କାଠ ମାଫିଆଙ୍କ ସଂଖ୍ୟା ବଡ଼ମାଲ, ଫପସି ଓ ଧରପଗଡ଼ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ଉକ୍ତ ଗାଁକୁ ଲାଗିଥିବା ବନ୍ୟ ସଂରକ୍ଷିତ ଜଙ୍ଗଲ କାଠ ମାଫିଆଙ୍କ ଯୋଗୁଁ କ୍ଷତି ହେବାରେ ଲାଗିଛି ତେବେ ଏଭଳି ପରିସ୍ଥିତିରେ ମଧ୍ୟ କଡ଼ା ପେଟ୍ରୋଲିଂ କରୁଛି ବଡ଼ମାଲ ବନ ବିଭାଗ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଞ୍ଜ ଅନ୍ତର୍ଗତ ବଡମାଲ ଫପସି ଗ୍ରାମ ଇବ୍ରାହିମ ଖାନ(ବାବିଲି)ଙ୍କ ଘରରେ ବେଆଇନ ସାବୁଆନ ପଟା ରହିଥିବା ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେସ୍ଵର ସାହୁ ଖବର ପାଇବା ପରେ ବଡ଼ମାଲ ବନ ବିଭାଗକୁ ଖବର ଦେଇଥିଲେ । ବଡମାଲ ଫରେଷ୍ଟର ପ୍ରିୟଙ୍କା ପୋଡ଼ଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଫପସି ଗ୍ରାମର ଇବ୍ରାହିମ୍ ଖାନଙ୍କ ଘରେ ଚଢାଉ କରି ପାଖାପାଖି ୬୪ ଖଣ୍ଡ ଶାଗୁଆନ କାଠ ଜବତ କରିଛି । କାଠକୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲଣା କରାଯିବ ବୋଲି ବଡ଼ମାଲ ବନବିଭାଗ ଅଧିକାରୀ ପୁଷ୍ପାଞ୍ଜଳି ପୋଢ଼ ସୂଚନା ଦେଇଛନ୍ତି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୬୦ହଜାର ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ ନାଗ ହରପାଲ, ନୁପୁର ଜାଲ, ନିଲାଞ୍ଚଳ ମାଝୀ, ଭଗବାନ ମାଝୀ, ସୋମନାଥ ମାଝୀ, ବିଦ୍ୟାଧର ବୁଡେକ ପ୍ରମୁଖ ବନ କର୍ମଚାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.

12 − six =