pakka

ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଅଭିଯୋଗ : ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଖପ୍ରାଖୋଲଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କଠାରେ କିଛି ଦୁର୍ବୁତ୍ତ ଚୋରି କରିବା ଉଦ୍ୟମ କରିଥିଲେ । ସୂଚନା ଅନୁଯାୟୀ ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଜେ. ପଣ୍ଡା ବୁଧବାର ଦିନ ସକାଳ ୧୦ଟାରେ ବ୍ୟାଙ୍କ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ବ୍ୟାଙ୍କ ଗେଟର ତାଲା ଭଙ୍ଗା ହୋଇଥିଲା । ଡେରି ନକରି ତୁରନ୍ତ ସେ ଖପ୍ରାଖୋଲ ଥାନା ଅଧିକାରୀଙ୍କୁ ଏବିଷୟରେ ଖବର କରିଥିଲେ । ସୂଚନା ପାଇବା ପରେ ତୁରନ୍ତ ଥାନାଧିକାରୀ ରମାକାନ୍ତ ସାହୁ ତାଙ୍କ ଟିମ ସହ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବ୍ୟାଙ୍କ ଶାଖାରେ ଲାଗିଥିବା ସିସିଟିଭିକୁ ଦେଖିଲା ପରେ ଜଣାପଡିଥିଲା ଯେ ମଙ୍ଗଳବାର ରାତି ୧୨.୩୦ଟା ପରେ ଦୁଇ ଜଣ ଦୁର୍ବତ୍ତ ବ୍ୟାଙ୍କ ଭିତରକୁ ପଶି ଚୋରି କରିବାକୁ ଉଦ୍ୟମ କରି ବ୍ୟାଙ୍କ ଭିତରେ କିଛି ନପାଇ ଫେରିଆସିଥିଲେ । ଏନେଇ ଘଟଣା ସ୍ଥଳକୁ ସାଇନଣ୍ଟିଫିକ ଅନୁସନ୍ଧାନୀ ଦଳ ମଧ୍ୟ ଆସି ଯାଞ୍ଚ କରି ଫେରିଯାଇଥିଲେ ।

Leave A Reply

Your email address will not be published.

four × two =