pakka

ଅବହେଳିତ ନିଲିଜିବାହାଲ-ବୁଦାମୁଣ୍ଡା ରାସ୍ତା : ରାସ୍ତା ପାଲଟିଛି ମରଣଯନ୍ତା

kalikesh
  • ନିଜ ରାସ୍ତା ନିଜେ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ସଜବାଜ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତର ନିଲିଜିବାହାଲରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ୧ କି.ମି ରାସ୍ତା ମରଣଯନ୍ତା ପାଲଟିଛି । ଅଭିଯୋଗ ଅନୁସାରେ ରାସ୍ତାଟି ସମ୍ପୂର୍ଣ୍ଣ ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ଫଳରେ ପଥଚାରୀମାନେ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ କପାଣି ପଞ୍ଚାୟତ ଓ ବେଲପଡାକୁ ସଂଯୋଗ କରୁଥିବାରୁ ରାସ୍ତାରେ ଦୈନନ୍ଦିନ ଯାତାୟାତ ଗ୍ରାମବାସୀଙ୍କ ସମେତ ଶହଶହ ଯାତ୍ରୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଅନ୍ୟ ପକ୍ଷରେ କପାଣି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଅଞ୍ଚଳବାସୀ ପାଟଣାଗଡ଼, ବେଲପଡା, କଣ୍ଟାବାଞ୍ଜି ଯିବାକୁ ଏହି ରାସ୍ତାରେ ଆସି କପାଣି ବସଷ୍ଟାଣ୍ଡରେ ବସ ଧରିଥାନ୍ତି । ଏହି ରାସ୍ତାର ଦୂରାବସ୍ଥା ନେଇ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠୁଁ ଆରମ୍ଭ କରି ବ୍ଳକ କତ୍ତୃପକ୍ଷ, ଜିଲ୍ଲାପାଳ, ବିଧାୟକ, ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ମାତ୍ରା ୧ କିମି ରାସ୍ତାକୁ ପ୍ରଶାସନ ଦୃଷ୍ଟି ଦେଉନଥିବା ହେତୁ ଶେଷରେ ନିଜ ରାସ୍ତା ନିଜେ ନିର୍ମାଣ କରିବାକୁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି ।

pp
Leave A Reply

Your email address will not be published.

thirteen − four =