pakka

ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ କର୍ମଶାଳା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଥିଲେ ଯେ, ଶୈଶବ ସମୟରୁ ସମସ୍ତ ଶିଶୁମାନଙ୍କୁ କିଶୋରତ୍ୱ ପ୍ରାପ୍ତି ପର୍ଯ୍ୟନ୍ତ ସରକାର ଶିଶୁମାନଙ୍କର ଜୀବନ ରକ୍ଷା, ବିକାଶ, ସୁରକ୍ଷା ଓ ସହଭାଗିତା ପାଇଁ କରିଥିବା ବିଭିନ୍ନ ବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଇପାରିଲେ ହିଁ ଦେଶର ସାମଗ୍ରିକ ବିକାଶର ସ୍ୱପ୍ନ ସାକାର ହୋଇପାରିବ । ଅନ୍ୟ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଭୀମ ସାହୁ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି ଯୋଗେଶ୍ୱର ମହାନ୍ତି, ମାନବ ଚାଲାଣ ନିରୋଧ ପୋଲିସ ଅଧିକାରୀ ସରସ୍ୱତୀ ଶତପଥୀ ପ୍ରମୁଖ ତାଙ୍କର ନିଜସ୍ୱ ମତାମତ ରଖି କହିଥିଲେ ଯେ, ପ୍ରତ୍ୟେକ ଅଧିକାରକୁ ସୁନିଶ୍ଚିତ କରିବାକୁ ହେଲେ ପ୍ରଶାସନଙ୍କ ସହ ଜନ ସାଧାରଣଙ୍କୁ ମଧ୍ୟ ସମତାଳରେ କାର୍ଯ୍ୟ କରିବାକୁ ପଡିବ । ଏହି କର୍ମଶାଳାରେ ମୂଳତଃ ବାଲ୍ୟ ବିବାହ ବିରୋଧ ଆଇନ, ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ନିଷେଧ ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନ ସଂପର୍କରେ ଆଲୋଚନା ହୋଇଥିଲା ଓ କୋଭିଡ୍‌ -୧୯ କିପରି ଦେଶର ଶିଶୁମାନଙ୍କ ଉପରୋକ୍ତ ବିପଦ ମୁହଁକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି ଓ ସେମାନଙ୍କୁ ସେଥିରୁ ମୁକ୍ତ କରିବାକୁ ସରକାର କିପରି ପ୍ରୟାସରତ ରହିଛନ୍ତି, ଆଜି ସୁନ୍ଦର ଭାବେ ବୁଝାଇଥିଲେ । କର୍ମଶାଳା ପ୍ରାରମ୍ଭ ଲୋଇସିଂହା ଶିଶୁ କ୍ଲବ୍‌ର କୁନି କୁନି ଶିଶୁ କନ୍ୟାମାନେ ବାଲ୍ୟ ବିବାହର କୁପରିମାଣ ଉପରେ ଏକ ନୃତ୍ୟ ନାଟିକା ପରିବେଷଣ କରି ସମସ୍ତଙ୍କୁ୍‌ ଭାବବିହ୍ୱଳ କରିଦେଇଥିଲେ । ସ୍ୱେଚ୍ଛାସେବୀ ସଂଗଠନ ୱାଲର୍ଡ ଭିଜନ୍‌ର କାର୍ଯ୍ୟକ୍ରମ ପରିଚାଳିକା ନିର୍ମଳା କୁମାରୀ ତାଙ୍କର ବକ୍ତବ୍ୟରେ ତାଙ୍କ ସଂସ୍ଥା ଭଳି ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଦେଶର ଭବିଷ୍ୟତ ନାଗରିକ ଗଠନ ପାଇଁ କାର୍ଯ୍ୟ କରିବା ଅନିବାର୍ଯ୍ୟ ଅଟେ । ଉକ୍ତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସଦସ୍ୟ ଡ. ଗୋଦାବରିଶ ରଥ, ବିରଂଚି ବହିଦାର, ନନ୍ଦି କିଶୋର ଷାଣ୍ଢ, ସୁନୀତା ତ୍ରିପାଠୀ, ଡିସିପିୟୁରୁ ଚୁଡାମଣି ପଣ୍ଡା, ଅରୁଣ ଖୁଆସ, ସିଡିପିଓ ଲୋଇସିଂହା, ବଲାଙ୍ଗିର, ପୁଇଁନ୍ତଲା, ଆଗଲପୁର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଚାଇଲ୍ଡ ଲାଇନର କର୍ମକର୍ତ୍ତା, ବିରଞ୍ଜନ କୁମାର ବାଗ, ୱାଲର୍ଡ ଭିଜନର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ପ୍ରାରମ୍ଭରେ ଡିସିପିୟୁର ଦିଗମ୍ବର କର ସମସ୍ତଙ୍କୁ ସ୍ୱାଗତ ଜଣାଇବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ କର୍ମଶାଳାଟିକୁ ପରିଚାଳନା କରିଥିଲେ । ଶେଷରେ ୱାଲର୍ଡ ଭିଜନର ଇସମାଇଲ ହନୁମାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ସହ ଶିଶୁ କେନ୍ଦ୍ରିକ ସହଯୋଗ ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

five × 3 =