pakka

କଳା ପ୍ରତିଭା ଅନ୍ୱେଷଣ ସହିତ ପଞ୍ଚାୟତ ସ୍ତରରେ କଳା ବିକାଶ କମିଟି ଗଠନ ପାଇଁ ପ୍ରୟାସ

kalikesh

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କଳାକାର ସଂଘ ଓ ଜୀବନଜ୍ୟୋତି କଳା ପରିଷଦ ବାଲିଗୁଡା ବ୍ଲକ କମିଟିର ମିଳିତ ଉଦ୍ୟମରେ ପ୍ରତି ପଞ୍ଚାୟତକୁ ଯାଇ ଗାଁ ମଧ୍ୟରେ ଥିବା କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ କରି କିପରି କଳାକୁ ଜୀବନ୍ତ ଓ ବିକଶିତ, ପ୍ରତିଭା ଚିହ୍ନଟ କରି ଲୋକାଭିମୁଖୀ କରିବା ଏବଂ କଳାକାରମାନଙ୍କୁ ସମ୍ନାନ ଓ ମୌଳିକ ଅଧିକାର ଯୋଗାଇ ଦିଆଯିବା ନିମନ୍ତେ ଦୃଢ ସଂକଳ୍ପ ବୋଧ ହୋଇ ସଂଗଠନ କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ ରେବିଙ୍ଗିଆ ଏବଂ ସଲାଗୁଡା ଗ୍ରାମପଞ୍ଚାୟତରେ ପ୍ରତିଭା ଅନ୍ୱେଷଣ ଓ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ କରାଯାଇଥିଲା । ଏଥିରେ ରେବିଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜୁଲତା ମଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଚେୟାରମ୍ୟାନ ନନ୍ଦିନୀ ମଳିକ, ସରପଞ୍ଚ ଶ୍ରୀମତୀ ସାହୁ, ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଓ ବରିଷ୍ଠ କଳାକାର ମାନେ ଏବଂ ବହୁଳ ସଂଖ୍ୟାରେ କଳାପ୍ରେମୀ ଉପସ୍ଥିତ ଥିଲେ । ସଲାଗୁଡା ଗ୍ରାମପଞ୍ଚାୟତରେ ମଧ୍ୟ ସରପଞ୍ଚ ଦିନମଣୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ଗ୍ରାମର ଅନେକ ବରିଷ୍ଠ କଳାକାରମାନେ ଉପସ୍ଥିତ ରହିଥିଲେ । ଉକ୍ତ ଗ୍ରାମାଞ୍ଚଳର ପ୍ରତିଭା ଅନ୍ବେଷଣ କାର୍ୟ୍ୟକ୍ରମରେ ଦୁଇଟି ପଞ୍ଚାୟତରେ ଉପଖଣ୍ଡ କଳାକାର ସଂଘ ଓ ଜୀବନ ଜ୍ୟୋତିକଳାର ସଂଘ ଉପସ୍ଥିତ ରହିଥିଲେ । ଉପଖଣ୍ଡ କଳାକାର ସଂଘର ସଭାପତି ପ୍ରଦୀପ କୁମାର ମଲିକ, ଉପସଭାପତି ସୁକଦେବ ନାୟକ, ସୁନୀଲ ନାୟକ ଉପଦେଷ୍ଟା, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ସଂଗୀତ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁଗ୍ମସମ୍ପାଦକ ଦେବରାଜ କୈବର୍ତ୍ତ କୋଷାଧକ୍ଷ, ଅରୁଣ ନାୟକ, ବଂଶୀବାଦକ ଓ ମିଉଜିକସନ କାହ୍ନୁଚରଣ ନାୟକ ଜୀବନଜ୍ୟୋତି କଳା ପରିଷଦ ବ୍ଲକ କମିଟି ବାଲିଗୁଡା ତରଫରୁ ସଭାପତି – ରଜନୀକାନ୍ତ ଦିଗାଲ, ଉପସଭାପତି ହେବଳ ଦିଗାଲ, ସମ୍ପାଦକ- ପରମାନନ୍ଦ ନାୟକ, କୋଷାଧକ୍ଷ – ଖ୍ରୀଷ୍ଟ ଦାସ ଦିଗାଲ, ଉପଦେଷ୍ଟା- ଦିଗସନ ନାୟକ, ଭାନୁନାୟକ, ସୁରେନ୍ଦ୍ର ମଲିକ ପ୍ରମୁଖ କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ ।

pp
Leave A Reply

Your email address will not be published.

four × 2 =