pakka

ଶ୍ରୀ ଶ୍ରୀ ରାମଚନ୍ଦ୍ର ଭବ୍ୟ ମନ୍ଦିର ପ୍ରତିଷ୍ଠା ତଥା ମହାପ୍ରଭୁଙ୍କ ରତ୍ନ ସିଂହାସନ ଆରୋହଣ ଉତ୍ସବ : ୮୫ ବର୍ଷ ପରେ ମନ୍ଦିରରୁ ବାହାରି ଦର୍ଶନ ଦେଲେ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମଜୀପଡା ୧୫୦ବର୍ଷର ପୁରାତନ ମନ୍ଦିର ଗତ ୨୯ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ ରାମଜୀପଡା ସ୍ଥିତ ରଘୁନାଥ ମନ୍ଦିର ଶ୍ରୀ ଶ୍ରୀ ରାମଚନ୍ଦ୍ର ଭବ୍ୟ ମନ୍ଦିର ପ୍ରତିଷ୍ଠା ତଥା ମହାପ୍ରଭୁଙ୍କ ରତ୍ନ ସିଂହାସନ ଆରୋହଣର ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୋମବାର ଦିନ ଅଙ୍କୁରା ରୋପଣ, ମଙ୍ଗଳବାର କଳସ ସ୍ଥାପନ, ସକାଳ ଘ.୧୧.୪୫ମି. ମଧ୍ୟେ ବାସ୍ତୁ ପୁଜନ, ସଂସ୍କାର କର୍ମ ଅନୁଷ୍ଠିତ ହୋଇଥିଲା । ୨ ତାରିଖ ଧ୍ୱଜାରୋପଣ, ଦଧିନଉତି ବିଜେ, ଦିବା ଘ.୧.୧୦ମି. ରୁ ଘ.୩.୪ମି. ମଧ୍ୟେ ଠାକୁରଙ୍କ ରତ୍ନ ସିଂହାସନ ବିଜେ ହୋଇଥିଲେ । ଦୀର୍ଘ ୮୫ ବଷ ପରେ ବିଗ୍ରହମୁର୍ତ୍ତି ପରେ ମନ୍ଦିରର ସମ୍ମୁଖରେ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ହୋମ ଯଜ୍ଞ, ପ୍ରବଚନ ଓ ରାମଲୀଳା ଅନୁଷ୍ଠିତ ହୋଇଥିଲା । ସହରରୁ ତଥା ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

4 × four =