pakka

ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ : ପୋଲିସର ତଦନ୍ତ ଆରମ୍ଭ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ଦୁଇ ସାଙ୍ଗଙ୍କଠାରୁ ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପାଟଣାଗଡ ରାମପୁରର ଧର୍ମେନ୍ଦ୍ର ମେହେର ଓ ଭୀଷ୍ମ ନାଗ ସାଙ୍ଗ ହୋଇ ପାଟଣାଗଡ ବରୋଦା ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଟଙ୍କା ଓ ପଞ୍ଜାବ ନାସନାଲ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା କାଢି ନିଜ ଘରକୁ ଯାଉଥିବା ବେଳେ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରୁ ଦୁଇଜଣ ଦୁବୃତ୍ତ ବାଇକରେ ଆସି ସାଢେ ଛଅ ଲକ୍ଷ ଟଙ୍କା ଝାମ୍ପି ନେଇ ପାଟଣାଗଡ ପଟକୁ ପଳାଇ ଯାଇଥିଲେ । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ଓ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛି ।

jay balangir
Leave A Reply

Your email address will not be published.

four × 4 =