ଯୁବ ବିକାଶ ମଞ୍ଚର ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଇକୋକଛାର ଗ୍ରାମ ଠାରେ ଯୁବ ବିକାଶ ମଞ୍ଚ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ସୁରେନ୍ଦ୍ର ଏକ୍କାଙ୍କ ସଭାପତିତ୍ୱ ଓ ସଂପାଦକ ସୁଶୀଲ ଲାକ୍ରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଟୁଣିଆର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ମହାନ୍ତି ମୁଖ୍ୟ ଅତିଥି, ସମାଜସେବୀ ସୁରେଶ ଶର୍ମା, ବିକ୍ରମ ଟପ୍ପୋ, ଏସଡିସି ସଦସ୍ୟ ରାଜୁ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଖପାଖ ଅଞ୍ଚଳର ପ୍ରାୟ ଦୁଇଶହରୁ ଅଧିକ ଜନସାଧାରଣ ଚକ୍ଷୁ ପରୀକ୍ଷା କରାଇ ଥିବା ବେଳେ ଦେଢଶହରୁ ଅଧିକ ବ୍ୟକ୍ତିଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ସେହିପରି ୧୦ ଜଣ ବ୍ୟକ୍ତିଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଯୋଗୁଁ ଡାକ୍ତରଖାନାକୁ ପଠାଯାଇଥିଲା । ଅତିଥିମାନେ ମଂଚ ଓ ଜେପି ହସପିଟାଲର ସହଯୋଗିତାକୁ ପ୍ରଶଂସା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୁନିଲ୍ ଏକ୍କା, ସୁବନ ଲାକ୍ରା, କିଶୋର ମାଝୀ, ରାଜେଶ ଲାକ୍ରା, କୃଷ୍ଣ ମାଝୀ, ମିଚୁ ଲାକ୍ରା, ରଂଜିତ ଧନୱାର ପ୍ରମୁଖ ସହଯୋଗ କରିଥିଲେ । ମଂଚ ତରଫରୁ ରାଜୁ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

sixteen + 1 =