pakka

ଦ୍ଵିତୀୟ ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

bbehera
  • କୃଷି ସଂବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାର ଆଜି ଦ୍ଵିତୀୟ ଦିବସରେ କୃଷି ସଂବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଦିବସର ପ୍ରଥମ ପର୍ଯ୍ୟାୟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଇଂ ସଂଗ୍ରାମ କେଶରୀ ସ୍ଵାଇଁ ଯୋଗଦେଇ ଉନ୍ନତ ଯାନ୍ତ୍ରିକକରଣର ବିକାଶ ଓ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । କୃଷିରେ ଉନ୍ନତ ଯାନ୍ତ୍ରିକିକରଣ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଚାଷୀମାନଙ୍କୁ ବିଭିନ୍ନ ଦିଗରୁ ଉଦାହରଣ ତଥା ଯନ୍ତ୍ରପାତିର ସଠିକ ବ୍ୟବହାର ସଂପର୍କରେ ଆଲୋଚନା ପୂର୍ବକ ଚାଷୀମାନଙ୍କୁ ବୁଝାଇଥିଲେ । ଭିଏସ୍‌ଟି ଲିମିଟେଡ୍‌ର ଆଞ୍ଚଳିକ ପରିଚାଳକ ବିଜୟ କୁମାର ବେହେରା ଫାର୍ମ ଯାନ୍ତ୍ରିକକରଣର ପରିଚାଳନା ସମ୍ପର୍କରେ ଆଲୋଚନା କରି କୃଷି ଯନ୍ତ୍ରପାତିର ସଠିକ୍‌ ପରିଚାଳନା ତଥା ବ୍ୟବହାର ଏବଂ କିପରି ସେହି ଯନ୍ତ୍ରପାତିରେ ଅନ୍ୟ ଯନ୍ତ୍ରପାତି ଖଞ୍ଜା ଯାଇ ବ୍ୟବହାର କରାଯାଇ ପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସତ୍ୟମୟ ଶତପଥୀ କୃଷି ଯାନ୍ତ୍ରିକିକରଣ ବିଷୟରେ ଆଲୋଚନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଢେଙ୍କନାଳର ଆଞ୍ଚଳିକ ସଂପ୍ରସାରଣ ତାଲିମ ପ୍ରତିଷ୍ଠାନର ତାଲିମଦାତା ଡକ୍ଟର ଅଶୋକ କୁମାର ମଙ୍ଗରାଜ, ଫସଲ ଉତ୍ପାଦନ ଠାରୁ ଖାଦ୍ୟ ପ୍ରକ୍ରିୟାକରଣ ତଥା ବିକ୍ରି ବଟା ସଂପର୍କରେ ଆଲୋଚନା କରି ଦୃଷ୍ଟାନ୍ତ ଦେଇ ଚାଷୀମାନଙ୍କୁ ବୁଝାଇଥିଲେ । ପରେ ପାଟଣାଗଡ ର ମାଛଚାଷୀ ଉଦ୍ୟୋଗୀ ସପନ କୁମାର ପାତ୍ର ମାଛ ଚାଷ ତଥା ତାର ଲାଭ ସଂପର୍କରେ ନିଜସ୍ୱ ଅଭିଜ୍ଞତା ଓ ଅନୁଭୂତିରୁ ବିଭିନ୍ନ ଉଦାହରଣ ଦେଇଥିଲେ । ଆଜି ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଠଜଣ ଚାଷୀଙ୍କୁ କୁଇଜ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ଵର ସାହୁ, କୃଷି ନିର୍ବାହୀ ଯନ୍ତ୍ରୀ ଲାସା ମୁର୍ମୁ ଏହି ଆଲୋଚନାଚକ୍ରରେ ଉପସ୍ଥିତ ଥିବା ବେଳେ ସହକାରୀ କୃଷି ଅଧିକାରୀ ସୁଶୀଲ କୁମାର ସେଠୀ କୁଇଜ ପରିଚାଳନା କରିଥିଲେ ଓ ଗୀତିକୃଷ୍ଣା ନାଏକ, ସୁନନ୍ଦା ସାହୁ, ବିମ୍ବାଧର ସାହୁ, ସୁଧାକର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କୃଷି ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

sixteen − eight =