ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ସୋର : ଜଣେ ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଅଇଁରୀ ଗ୍ରାମର ମନୋରଞ୍ଜନ ନାୟକ ବାଲିଛନ୍ଦା ଘାଟ ନିକଟରେ କିଓସ୍କ ବ୍ୟାଙ୍କ କରିଛନ୍ତି । ଆଜି ସକାଳେ ମନୋରଞ୍ଜନ ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ୩ ଲକ୍ଷ ଟଙ୍କା ଏବଂ ଅନ୍ୟ କାଗଜପତ୍ର ଧରି ବ୍ୟାଙ୍କକୁ ଯାଉଥିଲେ । ଠିକ୍ ଏତିକି ବେଳେ ଘଡ଼େଇସାହି ଛକ ନିକଟରେ ୩ ଜଣ ଦୁର୍ବୁତ୍ତ ଏକ ପଲସର ବାଇକ ଯୋଗେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରିଥିଲେ । ଏଥିସହ ତାଙ୍କ ପାଖରେ ଥିବା ଟଙ୍କା ଏବଂ କାଗଜପତ୍ର ଥିବା ବ୍ୟାଗଟିକୁ ନେଇ ଦୃତ ଗତିରେ ସୋର ଅଭିମୁଖେ ପଳାଇ ଯାଇଥିଲେ । ଅଭିଯୋଗ ପାଇ ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

15 + five =

error: Content is protected !!