
ରାଉରକେଲା, (ସସ୍ମିତା ପ୍ରଧାନ) : କବୟିତ୍ରୀ ବାସନ୍ତୀ କୁମାରୀ ସ୍ୱାଇଁଙ୍କ ପ୍ରଥମ କବିତା ସଂକଳନ ଗୀତିଧାରା ଲୋକାର୍ପିତ ହୋଇଯାଇଛି । ପାନପୋଷ ସ୍ଥିତ ରଘୁନାଥପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସାମଲଙ୍କ ସଭାପତିତ୍ୱ, ବରିଷ୍ଠ ଶିକ୍ଷୟିତ୍ରୀ ସବିତା ବସ୍ତିଆଙ୍କ ବଳିଷ୍ଠ ସଂଯୋଜନାରେ ଅତିଥି ଓ ସମୀକ୍ଷକ ଭାବେ ଶିକ୍ଷାବିତ୍ ତଥା ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁ, ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ମଞ୍ଜୁଳା କୁମାରୀ ରଥ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା କବି ବିଜୟିନୀ ଜେନା, ପ୍ରାକ୍ତନ କୁତ୍ରା ଏବିଇଓ ମୀନା କୁମାରୀ ଜେନା ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଓ ସମୀକ୍ଷକ ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ପୁସ୍ତକର ବୋଧଗମ୍ୟ ଓ ସରଳ ଭାଷା ବ୍ୟବହାର ଯୋଗୁଁ ପାଠକୀୟ ଆଦୃତି ଲାଭ କରିବ । କବି ଦୁଃଖକୁ ପ୍ରଥମେ କବିତାରେ ରୂପାନ୍ତର କରେ । ଗୀତିଧାରା କବିତା ଗୁଡ଼ିକରେ ସଚେତନତା ତଥା ସମସ୍ୟାକୁ ନେଇ ଗତିଶୀଳ ହୋଇଛି । କବିତା ଗୁଡ଼ିକୁ ଛନ୍ଦ ବୋଧରେ ଲେଖିଥିବାରୁ ସୁମଧୁର ଲାଗୁଛି । କବୟିତ୍ରୀ ଶ୍ରୀମତୀ ସ୍ୱାଇଁ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ, ନିତାଞ୍ଜଳୀ ସାହୁ, ସାଗରିକା ସାହୁ, ସାଗରିକା ଦାଶ, ରଶ୍ମିତା ଜେନା, କିରଣ ଖାଲକୋ, ତନ୍ମୟ ଦାସ, ଅଞ୍ଜଳୀ ଓଝା, ପ୍ରତିମା ଲୋହାର, ମଞ୍ଜୁଲତା ସାହୁ, ସବିତା କଉଡି, ଲତା ସମାସୀ, ସରସ୍ଵତୀ ସମାସୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲାବେଳେ ଶେଷରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିବାରର ଡାକ୍ତର ସଚିନ ଶେଖର ବିଶ୍ୱାଳ, ଡାକ୍ତର ଶୁଭଶ୍ରୀ ଦାସ, ସ୍ୱରାତ୍ମିକା ବିଶ୍ୱାଳ, ନିମାଇଁ ଚରଣ ବିଶ୍ୱାଳ, ଚିନ୍ମୟୀ ବିଶ୍ୱାଳ, ରବିନାରାୟଣ ବିଶ୍ୱାଳ, ନିହାର ରଞ୍ଜନ ବିଶ୍ୱାଳ, ନିରୁପମା ବିଶ୍ୱାଳ ତଥା ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନୃସିଂହ ଚରଣ ବିଶ୍ୱାଳ, ପ୍ରବୀର କୁମାର ଦୁବେ, ରଶ୍ମିତ ସାହାଣୀ, ଲକ୍ଷ୍ମଣ ଗୌଡ଼, ମନୋଜ ନନ୍ଦ, ପ୍ରତାପ ପଣ୍ଡା, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ଅର୍ଚ୍ଚନା ପାତ୍ର, ବଳରାମ ଦାଶ, ବିଜୟ ସାହୁ, ବିଜୟ ପ୍ରଧାନ, ଗୟା ସାରଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।