ଲୁହାସିଂହା ସର୍ବଦୟ ନୋଡାଲ ବିଦ୍ୟାଳୟର ୫ଟି ରୂପାନ୍ତର ହାଇସ୍କୁଲ ଲୋକାର୍ପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟିରେ ଯୋଜନାରେ ରୂପାନ୍ତର ହାଇସ୍କୁଲ ଲୋକାର୍ପିତ ହୋଇଯାଇଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଲୁହାସିଂହା ସର୍ବଦୟ ନୋଡାଲ ବିଦ୍ୟାପୀଠ ରୂପାନ୍ତର ନିମନ୍ତେ ଆୟୋଜିତ ଲୋକାର୍ପିତ ଉତ୍ସବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାଧାକାନ୍ତ ସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଅନୁପମା ପଟେଲ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ସୀମାଞ୍ଚଳ ପୁରୋହିତ, ସମିତି ସଭ୍ୟ ରମେଶ ପାଢ଼ୀ ସମ୍ମାନିତ ଅତିଥି, ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ, କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ କୁମାର ପ୍ରମୁଖ ଯୋଗଦେଇଥିଲେ । ସର୍ବଦୟ ନୋଡାଲ ବିଦ୍ୟାପୀଠ ୫ଟି ରୂପାନ୍ତର ଅତ୍ୟାଧୁନିକ ଶ୍ରେଣୀ କକ୍ଷ, ଶ୍ରେଣୀ କକ୍ଷ, ବିଜ୍ଞାନ ପ୍ରୟୋଗଶାଳା, ଇ-ପାଠାଗାର, ପରିସ୍ରାଗାରା, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ବ୍ୟାଡମିଣ୍ଟନ ଖେଳ ପଡିଆ ସହିତ ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିବା ଫଳରେ ଶିକ୍ଷା କ୍ଷେତ୍ରରେ ଆହୁରି ଛାତ୍ର ଛାତ୍ରୀମାନଙ୍କ ପାଠପଢ଼ା ବିକାଶ ଦିଗରେ ସହାୟକ ହୋଇପାରିବ ଏବଂ ଟିଭି ମାଧ୍ୟମରେ ଶିକ୍ଷାଦାନ କଲେ ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରିପାରିବେ ବୋଲି ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଥିଲେ । ସରକାରଙ୍କ ପଞ୍ଚାୟତିରାଜ ବିଭାଗରୁ ପଞ୍ଚାୟତ ତରଫରୁ ସର୍ବଦୟ ନୋଡାଲ ବିଦ୍ୟାପୀଠର ୫ଟି ରୂପାନ୍ତର ପାଇଁ ପଞ୍ଚାୟତକୁ ୩୭ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ମଞ୍ଜୁର ହୋଇଥିବା ଅନୁଦାନରୁ ୨୭ ଲକ୍ଷ ୩୦ ହଜାର ଟଙ୍କା ଓ ପଞ୍ଚାୟତ ଏନ୍ଆର୍‌ଇଜିଏସ୍‌ ୨ ଲକ୍ଷ ୫୦ ହଜାର ଯୋଗାଇ ଦିଆଯାଇଥିବା ବେଳେ ବାକିଥିବା ୧୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି । ଏଥିରେ ସର୍ବଦୟ ନୋଡାଲ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଶୋର ପାତ୍ର, ମଏନୁ ସାହୁ, ନିୟତୀ ସାହୁ, ରାକେଶ ସାହୁ, ରାଜେଶ ମେହେର, ବିଷୟ ନାଏକ, ନବକୃଷ୍ଣ ଦେବତା, ପୁଷ୍ପାଞ୍ଜଳି ପୁରୋହିତ, ଅମର କୁମାର ସାହୁ, ଉମେଶ ଚନ୍ଦ୍ର ବଢେଇ, ଭାରତୀ ମହାନନ୍ଦ, ଇଶ୍ଵର ଚନ୍ଦ୍ର ପ୍ରଧାନ, ଅଶ୍ଵିନୀ ଷଡଙ୍ଗୀ ପ୍ରମୁଖଙ୍କ ସହ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟ ସଦସ୍ୟାଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.