କରମତଲାଠାରେ ମନ୍ତ୍ରୀ ଟୁକୁନି ଓ ବିକାଶ ପରିଷଦ ଅଧ୍ୟକ୍ଷ ଅସିତଙ୍କ ଦ୍ଵାରା ଲୋକାର୍ପିତ ହେଲା ବିଦ୍ୟୁତ ସବଷ୍ଟେସନ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲାଠାରେ ଆଜି ୩୩/୧୧ କେଭି ସବଷ୍ଟେସନ ଲୋକାର୍ପିତ ହୋଇଯାଇଛି । ତେବେ ଓଡ଼ିଶା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଏହି ସବଷ୍ଟେସନକୁ ଲୋକାର୍ପିତ କରିଥିଲେ । ପ୍ରଥମେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବା ପରେ ସବଷ୍ଟେସନର ଭିତ୍ତିଭୂମି ଉପରେ ପରିଦର୍ଶନ କରିଥିଲେ । ଲୋକ ସମ୍ପର୍କ ସୂଚନା ଅଧିକାରୀ ଜୟଦେବ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲ, ତହସିଲଦାର ଜଗନ୍ନାଥ ଧରୁଆ, ସ୍ଥାନୀୟ ସରପଞ୍ଚ ହିମାଂଚଳ ବୁଡେକ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବନ୍ଦନ ପୁରୋହିତ, ରାଜେଶ ବେହେରା, ରାଜ କିଶୋର ଡାଙ୍ଗ, ଟୁନୁ ରାଜପଲିଆ, ଆଲୋକ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଥିବା ବେଳେ ଜଣେ କଂଗ୍ରେସ କର୍ମୀ ସୁବ୍ରତ ବେହେରାଙ୍କୁ ଟିକ୍ରାପଡ଼ା ଫାଣ୍ଡିରେ ମଧ୍ୟ କିଛି ସମୟ ପାଇଁ ଅଟକ ରଖାଯାଇଥିଲା ।

Leave A Reply

Your email address will not be published.