ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ୟାସ୍‌ : ପବନର ବେଗ ୧୪୦ରୁ ୧୪୫ କିଲୋମିଟର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା ‘ୟାସ୍‌’ ବାଲେଶ୍ୱର ଜିଲ୍ଲା ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ଅତିକ୍ରମ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି । ତେବେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୪୫ କିଲୋମିଟର ଏହି ସମୟରେ ରହିଥିବା ବେଳେ ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବଡିଭିଜନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ସେଥିପାଇଁ ତା ଉପରେ ନଜର ରଖାଯାଇଛି । ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଗଛ ପଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଯାହାର ତଦନ୍ତ ଚାଲିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଅବଶ୍ୟ ସମୁଦ୍ର ଜୁଆର ପାଣି ଅନେକ ଗାଁରେ ପଶିଛି । ବାହାନାଗା, ରେମୁଣା, ବାଲେଶ୍ଵର ସଦର, ଭଦ୍ରକ ଧାମରାର କିଛି ଗାଁରେ ପାଣି ପଶିଥିବା ସୂଚନା ମିଳିଛି । ତେବେ ବାତ୍ୟା ଦ୍ୱାରା ବହୁ ବଡ଼ ବଡ଼ ଗଛ ଭାଙ୍ଗିଛି । ବିଶେଷ କରି ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବ୍ୟାପକ ବୃକ୍ଷ ନଷ୍ଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

twelve + nineteen =

error: Content is protected !!