ବଲାଙ୍ଗିର ଜିଲ୍ଲାରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଆଶ୍ୱସ୍ତିର ବିଷୟ ଯେ, ଓଡ଼ିଶାରେ ୧୦ ହଜାର ଉପରେ ସଂକ୍ରମଣ ସଂଖ୍ୟା ରହି ଆସୁଥିଲେ ବି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ହାର କମିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲାରେ ୧୭୦ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୨୦ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

ସେହିପରି ଆଗଲପୁର ବ୍ଲକରୁ ୧୧ ଜଣ, ବଲାଙ୍ଗିର ବ୍ଲକରୁ ୧୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡ଼ା ବ୍ଲକରୁ ୧୦ ଜଣ, ଦେଓଗାଁ ବ୍ଲକରୁ ୧୯ ଜଣ, ଗୁଡ଼ଭେଲା ବ୍ଲକରୁ ୯ ଜଣ, କଂଟାବାଂଜି ଏନ୍‌ଏସି.ରୁ ୩ ଜଣ, ଖପ୍ରାଖୋଲ ବ୍ଲକରୁ ୧୪ ଜଣ, ଲୋଇସିଂହା ବ୍ଲକରୁ ୧୧ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୫ ଜଣ, ପୁଇଁନ୍ତଲା ବ୍ଲକରୁ ୧୯ ଜଣ, ସଇଁନ୍ତଲା ବ୍ଲକରୁ ୧୬ ଜଣ, ଟିଟିଲାଗଡ଼ ବ୍ଲକରେ ୭ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ଜଣେ, ତୁରେକେଲା ବ୍ଲକରେ ୫ ଜଣ, ତୁଷୁରା ଏନ୍‌ଏସିରୁ ୫ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.

6 + sixteen =

error: Content is protected !!