ଛାତ୍ର କଂଗ୍ରେସ ତରଫରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ ଜାରି ରହିଛି । ଏହି ସମୟରେ ଅସହାୟ ଗରୀବ ମାନଙ୍କ ପାଇଁ ମୁଠେ ଖାଇବାକୁ ମିଳିବାରେ କଷ୍ଟସାଧ୍ୟ ହୋଇପଡୁଥିବା ବେଳେ ରକ୍ତର ମଧ୍ୟ ଘୋର୍‌ ଅଭାବ ଦେଖା ଦେଉଛି । ତେବେ ଏଭଳି ପରିସ୍ଥିତିରେ ଅସହାୟ ମାନଙ୍କୁ ବିଭିନ୍ନ ପ୍ରକାରରେ ସହଯୋଗର ହାତ ବଢାଇବା ସହ ରକ୍ତଦାନ କାର୍ଯ୍ୟକ୍ରମ କରି ରକ୍ତର ଅଭାବକୁ କିଛି ମାତ୍ରାରେ ଦୂର କରି ଚର୍ଚ୍ଚାରେ ରହିଛି ଜିଲ୍ଲା ଛାତ୍ର କଂଗ୍ରେସ । ଆଜି ପୁଣି ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଶାସ୍ତ୍ରୀ ନଗର ସ୍ଥିତ ଆଶ୍ରା ସେବାଶ୍ରମରେ ନିରାଶ୍ରୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯିବା ସହ ସଚେତନ କରାଯାଇଥିଲା । ଏଥିରେ ଅଜିତ ମହାନନ୍ଦ, ଟୁଲୁ ସେନ, ସୁଜିତ କୁମ୍ଭାର, ନିରଞ୍ଜନ ମିଶ୍ର, ଅଞ୍ଚଳ ପଣ୍ଡା, ଅମୀୟ ବଗର୍ତି ଓ ସୁଡୁ ନାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + 16 =

error: Content is protected !!