jayashree

ସୋନପୁର ପୋଲିସର ଚଢାଉ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୧ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପୋଲିସ ଗଞ୍ଜେଇ ଚୋରାଚାଲାଣ ବିରୋଧରେ କଡା ଆଭିମୁଖ୍ୟ ରଖିଥିବା ବେଳେ ମିଳିଛି ଏକ ବଡ଼ ସଫଳତା । ସୋନପୁର ପୋଲିସକୁ କୌଣସି ଏକ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ମିଳିବା ପରେ ଆଇଆଇସି ଯାଦବ ବାଗଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ଚଢାଉ କରି ସୋନପୁର ନିକଟସ୍ଥ ଶରଧାପାଲି ରାସ୍ତାର କଳାପଥର ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏକ ଛୋଟ ମିନି ଟ୍ରକ ଯୋଗେ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ କଳାପଥର ଏବଂ କବାଟତଲାଇ ମଝିରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଓଜନ କରିବା ପରେ ସେଥିରୁ ୧୪୭ କେଜି ୪୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଏହି ଘଟଣାରେ ଭବାନୀ ମେହେର ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗଞ୍ଜେଇ ପରିବହନରେ ବ୍ୟବହୃତ ଓଡ଼ି୦୩ଏଡ଼ି-୦୬୧୧ ନମ୍ବର ବିଶିଷ୍ଟ ଡାଲା ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଗଞ୍ଜେଇ କେଉଁଠାରୁ ଆସୁଥିଲା ଏବଂ କେଉଁ ରାଜ୍ୟକୁ ଚାଲାଣ ହେଉଥିଲା ଏବଂ ଏହି ଚୋରା କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.