jayashree

ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬ ସେକେଣ୍ଡରୁ ୧୨ ଘଟିକା ୨୬ ମିନିଟ ୧୮ ସେକେଣ୍ଡ ମଧ୍ୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ । ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ଯଥାରୀତି ନୀତିକାନ୍ତି ସମ୍ପନ୍ନ କରାଯାଇ ନବାନ୍ନ ଅର୍ପଣ କରାଯିବ । ଏହାପରେ ପଶ୍ଚିମ ଓଡ଼ିଶାର ଜନ ସାଧାରଣ ନୂଆଖାଇ ପର୍ବ ପାଳନ କରିବେ । ନୂଆଖାଇ ଲଗ୍ନ ଧାର୍ଯ୍ୟ ସମୟରେ ପଣ୍ଡିତ ରଙ୍କମଣି ଦେବତା, ପଣ୍ଡିତ ସୁବାଷ ଦେବତା, ପଣ୍ଡିତ ପ୍ରେମାନନ୍ଦ ଦେବତା, ପଣ୍ଡିତ ସୁବଳ ପଣ୍ଡାଙ୍କ ସମେତ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକ, ମାତୃ ପ୍ରସାଦ ରଥ ଓ ମନ୍ଦିରର କୂଳ ପୁରୋହିତ ସୁନୀଲ ପୁରୋହିତ, ଭଣ୍ଡାର ମୋହରୀ ସତ୍ୟଭୂଷଣ ପୁରୋହିତ ଉପସ୍ଥିତ ଥିଲେ । ମନ୍ଦିର ବୋର୍ଡ ପକ୍ଷରୁ ଧାର୍ଯ୍ୟ ଲଗ୍ନ ଅନୁସାରେ ପଶ୍ଚିମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ନୂଆଖାଇ ପାଳନ କରିବାକୁ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.