ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିଲା

କଳାହାଣ୍ଡି, (ପି.କେ.ସାହୁ) : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନିୟମଗିରି ଅଚଂଳରେ ରାସ୍ତା କାମକୁ ବିରୋଧ କରିବା ସହ ବଂଶଧାରା ଘୁନସର ନାଗାବଳୀ ଡିଭିଜନ ସଂଗଠନ ପକ୍ଷରୁ ଆସନ୍ତା ୨ ତାରିଖରୁ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ତ୍ରିଲୋଚନପୁର ଠାରେ ଲଗାଇଲେ ପୋଷ୍ଟର ଓ ବ୍ୟାନର । ଯଦି ନିୟମଗିରିରେ ରାସ୍ତା କାମ ହେବ ଠିକାଦାରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ଏବଂ କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କୁ ବିରୋଧ କରାଯାଉଛି ବୋଲି ପୋଷ୍ଟରରେ ଲେଖାହେଇଛି ।

Leave A Reply

Your email address will not be published.