କରୋନାରେ ୧୪ ଜଣଙ୍କ ଜୀବନ ଗଲା ଆଜି

ଭୁବାନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ୧୪ ଜଣଙ୍କ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ୪ ଜଣ ଲେଖାଏଁ, ଭୁବନେଶ୍ୱରରୁ ୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, ପୁରୀ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଜୀବନ ହରାଇଛନ୍ତି । ତେବେ କରୋନା ସଂକ୍ରମଣ ସଂଖ୍ୟା ବେଶ୍‌ କମି କମି ଚାଲିଥିଲେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମୁ ନଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ୧୦ରୁ ଅଧିକ ଲୋକଙ୍କ ପ୍ରାଣ ନେଉଛି କରୋନା ।

Leave A Reply

Your email address will not be published.