ଆସୁଛି ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର, (କେପିଏନ୍ଏସ୍) : ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଲଘୁଚାପର । ୪ ତାରିଖ ଗୋଟିଏ ଲଘୁଚାପ ରହିଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉକ୍ତ ଦୁଇ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି କୁହାଯାଇଛି । ରାଜ୍ୟରେ ଆଜିଠାରୁ ୬ ତାରିଖ ଯାଏଁ ବର୍ଷା ହେବ । ପରବର୍ତ୍ତୀ ଲଘୁଚାପ ଯୋଗୁଁ ୮ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.