ମୁନୁଷର୍ ଭାବ୍ କେ ଠିକ୍ ଠଅଁକେଇ ପାରିଥିବାର୍ କବି ଗଙ୍ଗାଧର

ସ୍ୱଭାବ କବି ଗଙ୍ଗାଧରକୁଁ ତାକର୍ ଜନ୍ମତିଥି ଥି ଲାଖେ ମୁଡ଼ିଆ
ମୁନୁଷର୍ ଭାବ୍ କେ ବନେ କରି ଠଅଁକେଇ ପାରିଥିବାର୍ ଜନେ ଯୁଗ୍ଜନ୍ମା କବି ହଉଛନ୍ ପ୍ରକୃତି କବି ଗଙ୍ଗାଧର । ଭାବର୍ ଭୂଇଁ ନେ ଆର୍ ଗୁଟେ ଭାବ୍ କେ ରୁଇ ଦେଇ ଗୁଟେ ଅନନ୍ତ ଭାବ୍ ଫୁଟେଇ ପାର୍ବାର୍ ଦମ୍ ତାଙ୍କର୍ କାବ୍ୟ କବିତା ଭିତ୍ରେ ସଫା ସଫା ଦେଖିହେସି । ୧୮୬୨ ମସିହାର୍ ଶରାବନ୍ ପୁନି ଦିନେ ଜନମ୍ ହେଇଥିବାର୍ ସ୍ୱଭାବ୍ କବି, ମହାନ୍ ମୁନୁଷର୍ ଭାବ୍ ନେଇ କରି ଜନମ୍ ହେଇ ଜଗତ୍ କେ ଅମ୍ରୁତ୍ମଏ କରି ଦେଇ ପାରିଥିଲେ ତାକର୍ କଲମର୍ ବଫୁ ଥି । ତାକର କାବ୍ୟ, କବିତା ଥି ଭିନେ ଭିନେ ଚରିତ୍ର, ଭିନେ ଭିନେ ଦୁରୁଶ୍ ନିସ୍କପଟ୍ ଭାବେ ଅସଲ୍ ରୂପ୍ ପାଇ ପାରିଛନ୍, ଇ’ କଥା ଛାତି ଥି ହାତ୍ ଦେଇକରି କହିହେବା ।

କବି ଗଙ୍ଗାଧରଙ୍କର ପହେଲା ସୃଷ୍ଟି ‘ରସ ରତ୍ନାକର’ ଥି ରୀତି ଯୁଗର୍ ସାହିତ୍ୟର ଝଲକ୍ ଦେଖ୍ବାର୍ ଲାଗି ମିଲୁଥିଲେ ବି ଆଧୁନିକ୍ ସାହିତ୍ୟ ସୃଷ୍ଟି ଦିଗେ ସେ ଖୋବ୍ ମାଥେବର୍ । ତାଙ୍କର୍ ତପସ୍ୱିନୀ, ଇନ୍ଦୁମତି, ଉକ୍ରଳଲକ୍ଷ୍ମୀ, କୀଚକ ବଧ, ପ୍ରଣୟ ବଲ୍ଲରୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ ବାଗିର୍ କାବ୍ୟ ସବୁ ଇତାର୍ ଜୀଇଁତି ଜାଗ୍ତି ପର୍ମାନ୍ ଆଏ । ଗୀତି କବିତା ସଂକଲନ୍ କବିତା ମାଳା, କୃଷକ ସଂଗୀତ, କବିତା କଲ୍ଲୋଳ, ଅର୍ଘ୍ୟଥାଳି, ଅହଲ୍ୟା ସ୍ତବ, ଭକ୍ତି ଉପହାର୍ ଥି ବି ତାକର୍ ଉକିଁଆ ପୁର୍ତୁନ୍ କବି ପନ୍ କେ ଲାଖେ ମୁଡ଼ିଆ ମାର୍ବାର୍ କେ ମନ୍ ଲାଗ୍ସି ।
କବିଙ୍କର ସାରସ୍ୱତ୍ ଜଗତର୍ ହରେକ୍ ଦିଗ୍ କେ ଆଲୋଚନା କର୍ବାର୍ଟା ବଢେ଼ ଟେ କଥା ଆଏ । ଶବଦ୍ ନେ ବି ହେତ୍କି ଦମ୍ ନେଇଁନ’ ତାକର୍ ପ୍ରତିଭା କେ ପର୍ଛା କରି ଫୁଟେଇ ଦେଇ ପାର୍ବାର୍ । ତାଙ୍କର୍ ସାହିତ୍ୟ ଜଗତ୍ ଥି ନାରୀ ଚରିତ୍ରମାନେ କେତେ ଆଲୋକିତ୍ ଆର୍ ଶୃଙ୍ଖଳିତ୍, ସେ ଦିଗେ ଟିକେ ନଜର୍ ପକାଲେ ଚକିତ୍ ହେବାର୍ କେ ପଡ଼୍ସି । କାବ୍ୟ କବିତା ଭିତ୍ରେ ନାରୀ ଚରିତ୍ରମାନ୍କୁ ଚିତ୍ରାଲା ବେଲ୍କେ କବି ନିଜର୍ ସାଫ୍ ସୁତ୍ରା ଚେତନାର୍ ଝଲକ୍ ସବୁଠାନେ ଲେପି ଦେଇଛନ୍ ବଏଲେ କିଛି ଭୁଲ୍ ନେଇଁହୁଏ । ‘ତପସ୍ୱିନୀ’ ଥି ସତୀ ସୀତାଙ୍କର ତେଜ୍ ବରନ୍ ମଉଲି ଗଲା ବେଲ୍କେ କବି ବଡ଼ା ସୁରୁତ୍ ଥି ପ୍ରକୃତି କେ ବାଁଟି ଦେଇଛନ୍ ସବୁ କେ । ଯେନ୍ତା ସତୀ ସୀତାଙ୍କର ଚଏଁଡ଼୍ ଲାଲ୍ ଗଲ୍ଗଲ୍ ମନ୍ଦାର୍ ଫୁଲ୍ କେ ନେଇ କରି ହଁସୁଛେ । ଗଙ୍ଗାଧର ସାହିତ୍ୟ ଥି ନାରୀ ଚରିତ୍ର ସୀତା, ସକୁନ୍ତଳା, ସୈରେନ୍ଦ୍ରୀ, ଇନ୍ଦୁମତୀ, ପଦ୍ମିନୀ, ଅନୁକଂପା ମାନେ କେତେନି କେତେ ସେନ୍ହୋ, ଶର୍ଧା ଆର୍ ସନ୍ମାନ୍ ପାଇଛନ୍, ଇ’ କଥା କେ ଯୁଗେ ଯୁଗେ ସାରସ୍ୱତ ସାଧକ୍ ମାନେ ସ୍ୱୀକାର୍ କର୍ବେ । ନାରୀ ଯେନ୍ ସମାଜ୍ ଥି ପାପ୍ ପୁଇନ୍ ଘାଁଟି ହଉଛେ, ବସ୍ତ୍ର ହରନ୍କେ ସାମ୍ନା କରୁଛେ, ଅଗ୍ନି ପରୀକ୍ଷା ବି ଦେବାର୍ ଧାଇଁ ଯଉଛେ, ପଶା ପଟି ଥି ବାଜି ଲାଗୁଛେ, ସତୀ ଅସତୀ ଆକ୍ଷେପ୍ ଥି କଲ୍ବଲ୍ ହଉଛେ… ସେ ସମାଜ୍ ଥି କବି ଗଙ୍ଗାଧରଙ୍କର ସାହିତ୍ୟ ଥି ନାରୀ ମହାନ୍ ହେଇଛେ, ପବିତ୍ର ହେଇଛେ, ଦଗ୍ଦଗା ସ୍ୱାଭିମାନିନୀ ହେଇ ଠିଆ ହେଇଛେ ।
ତାକର୍ ସାହିତ୍ୟ ଜଗତ୍ ଥି ସୁପୁରୁଷ୍ ଭାବେ ରାମଚନ୍ଦ୍ର, ଦୁଷ୍ମନ୍ତ ଲେଖେଁ ଚରିତ୍ରମାନେ ଆର୍ ଉଜଲ୍ ହେଇଛନ୍, ଫଟିକ୍ ବାରି ବି ହେଇ ପାରିଛନ୍ । ଇତାକେ ବି କବିଙ୍କର ସାହିତ୍ୟ ଜଗତ୍ ଥି ଗୁଟେ ମହାନ୍ ଦିଗ୍ ବଲି ଆମେ ବିନ୍ଦାସ୍ କହି ଦେଇପାର୍ମା ।
ସ୍ୱଭାବ୍ କବି ଗଙ୍ଗାଧର ଜନେ କ୍ଲାସିକ୍ ଆର୍ ରୋମାଂଟିକ୍ କବି ଭାବେ ଖୋବ୍ ସୁନାମ୍ ଅର୍ଜନ୍ କରିଛନ୍ । ତାଙ୍କର କାବ୍ୟ ଜଗତ୍ ଥି ସେ ଗୁର୍ଦୁ ଆଶାବାଦୀ, ଆନନ୍ଦବାଦୀ, ଆଦର୍ଶବାଦୀ ଆର୍ ଭାବ୍ବାଦୀ ବି । ନୈତିକତାର୍ ଭୂଇଁ ଥି ନିଜ୍କେ ଠାଡ଼୍ କରି ଦେଇ ଭର୍ପୁର୍ ସାହିତ୍ୟ ସୃଷ୍ଟି କରିଛନ୍ ଆର୍ ଜଗତ୍ କେ ଉଁକିଆ ବାଁଟ୍ବାର୍ ଲାଗି ବଢେ଼ ଟେ କବାର୍ ହାତ୍କେ ନେଇଛନ୍ ।
ଯେତେବେଲେ ବିଷାନ୍ ହେଇଯଉଛେ ମୁନୁଷର୍ ଜୀବନ୍, ଲେତାଗୁତା ଗୁଁଥ୍ବାର୍ ଲାଗି ଗୁର୍ଦୁ ମାଧ୍ୟମ୍ ଥାଇକରି ବି କଚ୍ଡେ଼ା ପାନ୍ଚିଆ ହେଇଯଉଛେ ଲେତାଗୁତା ସବୁ, ନିଜର୍ ଅସ୍କଟିଆ ଚଲନ୍ ଲାଗି ନିଜର୍ ଆଦର୍ଶ କେ କେତ୍ରି କେତ୍ରି ଖାଇ ଦଉଛେ ନିଜେ ମୁନୁଷ୍, ନିଜର୍ ଜୀବନ୍ ଧର୍ବାର୍ କେ ନିହାତି ଦର୍କାର୍ ହଉଥିବାର୍ ପାଏନ୍ କେ ପବନ୍ କେ କେଚ୍କେଚା କରି ଦୂଷିତ୍ କରି ଦଉଛେ, ଜୀବନ୍ ପର୍ସୁ ଥିବାର୍ ଜଂଗଲ୍ କେ ନିଠୁର୍ ଭାବେ ସାରି ଦଉଛେ… ଏନ୍ତା କି ନିଜ୍କେ ରଟ୍ପଟା ତେଲ୍ ଘିଚି ନଉଛେ ଗୁଦେ ମହରା ଗଦା କେ, ସେତେବେଲେ କବି ଗଙ୍ଗାଧର ମେହେର୍ଙ୍କର୍ କଲମ୍ ମନ୍ଭରି କରି ଗାଉଛେ – ‘ମୁଁ ଯେ ଅମୃତ ସାଗର ବିନ୍ଦୁ, ନଭେ ଉଠିଥିଲି ତେଜି ସିନ୍ଧୁ, ଖସି ମିଶିଛି ଅମୃତ ଧାରେ, ଗତି କରୁଛି ସେ ଅକୁପାରେ, ପଥେ ଶୁଖିଗଲେ ପାପ-ତାପରେ, ହୋଇ ଶିଶିର ଖସିବି ତାପରେ, ଅମୃତମୟ ଅମୃତରୟ ସହିତ ମିଶିବି ସାଗରେ ।’
କୁହାଯାଇଛେ, ସମିଆଁ, ବିଚାର୍ ଆର୍ ପ୍ରଭାବ୍ କେ ନେଇ କରି ଜନେ ସୁସାହିତି୍ୟକ ସାହିତ୍ୟ ସୃଷ୍ଟି କର୍ସି । ତାର୍ ଗୁଟେ ହିଁ ନିଘା ରହେସି, ସମାଜ୍ କେ ସାହିତ୍ୟର୍ ଉଧେ ଦିଗ୍ଦର୍ଶନ୍ ଦେବାର୍ । ଇ ଦିଗେ କବି ଗଙ୍ଗାଧର ଜନେ ବର୍କସ୍ ଭାବର୍ କବି ଆନ୍ ।
ଏଭର୍ କଳ୍ପନାମୁଖୀ ମୁନୁଷ୍ କେତ୍ନି କେତେ ସପନ୍ ମୁହାଁ । ସବୁ ସପନ୍ ସତ୍ ନେଇଁ ହେବାର୍ଟା ତ’ ବି ବଢେ଼ଟେ ସତ୍ ଆଏ । ଗୁର୍ଦୁ ଟେ ସପନ୍ ଦେଖୁଥିବାର୍ ମୁନୁଷ୍ ଆଏଜ୍ ହେଥିର୍ ଲାଗି ସୁରୁ ସୁରୁ ଘଟ୍ନା ଥି ହର୍ଦଙ୍ଗା ହେଇ ଯାଉଥିବାର୍ ବି ଦେଖ୍ବାର୍ କେ ମିଲୁଛେ । ମାତର୍କ’ ସ୍ୱଭାବ୍ କବି ଗଙ୍ଗାଧରଙ୍କର ଜୀବନ୍ ଗରିବୀର୍ ଶେଷ୍ ପାହାଁଚ୍ ଥି ଗଡ଼୍ଗଡ଼ିଥିଲା, ତଥାପି ସେ କେଭେ ଭାଙ୍ଗି ନେଇପଡ଼ିଁ । ଜଗତ୍ ସ୍ରଷ୍ଟାଙ୍କର୍ ପ୍ରତି ହର୍ମେସା ସମର୍ପିତ ଭାବ୍ ରଖି ଜୀବନ୍ କେ ତାଙ୍କର୍ ହିସାବେ ଥାବେ ଥୁଇବାର୍ ବଫୁ ସାଆଁଟି ପକେଇଥିଲେ । ତାଙ୍କର୍ ଇ’ ଦିଗ୍ ତାହାଁକୁ ମହାନ୍ କର୍ବାର୍ ଥି ଖୋବ୍ ସାଥ୍ ଦେଇଛେ ବଲି ଜ୍ଞାନୀ ଗୁନୀମାନେ କହେସନ୍ ।
କବି ଗଙ୍ଗାଧରଙ୍କୁ ବନେ କରି ନିଘା କଲେ, ତାଙ୍କର ଭିତ୍ରେ ଆଧ୍ୟାତ୍ମକ ଚେତନା ଟେ ଆର୍ ସମର୍ପିତ୍ ଭାବ୍ ଟେ ସବୁବେଲେ ଡଗୋ ଡଗୋ ଦେଖିହେସି । ସେ ଅମ୍ରୁତ୍ କବି ଗଙ୍ଗାଧର୍ଙ୍କୁ ଶହେ ମୁଡ଼ିଆ । ।
ଆନଂଦ ଚଂଦ୍ର ସାହୁ
ସଂପାଦକ : କୋଶଳ ପ୍ରବାହ, ମୋ.ନଂ.-୯୪୩୭୧୫୧୦୬୨

Leave A Reply

Your email address will not be published.