ଋଣ ଚାପଗ୍ରସ୍ତ ଚାଷୀ ଜୀବନ ହାରିଲେ

ଭଦ୍ରକ, (କେପିଏନ୍ଏସ୍) : ଋଣ ଚାପରେ ବିଷାଦଗ୍ରସ୍ତ ହୋଇ ଭଦ୍ରକ ସଦର ଥାନା ଅନ୍ତର୍ଗତ ରାକୁଆଳିବିନ୍ଧା ଗ୍ରାମର ଚାଷୀ ମହେନ୍ଦ୍ର ଦାସ ଆତ୍ମହତ୍ୟା କରିଥିବା ସୂଚନାରେ ପ୍ରକାଶ । ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି । ପରିବାର ଲୋକ ଅନୁସାରେ ମହେନ୍ଦ୍ର ସ୍ଥାନୀୟ ଅଂଚଳରୁ ପାଂଚଟି ଏସ୍ଏସ୍ଜି ଗ୍ରୁପ୍ରୁ ଋଣ ଉଠାଇଥିଲେ । ଠିକ୍ ସମୟରେ ଋଣ ପଇଠ କରି ନପାରି ସେ ଚିନ୍ତାଗ୍ରସ୍ତ ଥିଲେ; ଯେଉଁଥି ପାଇଁ ସେ ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି । ତେବେ ପ୍ରଶାସନର ନିଦେ୍ର୍ଧଶ ଅନୁସାରେ ରାଜସ୍ୱ ନିରୀକ୍ଷକ ତଦନ୍ତ ନିମନ୍ତେ ରାଜୁଆଳିବିନ୍ଧା ପହଂଚିଥିବା ଜଣାପଡ଼ିଛି ।

Leave A Reply

Your email address will not be published.