pakka

ପରୀକୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ : ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ସ୍ଥାନୀୟ କଚେରୀ ଛକଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣା ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବିଜେପି ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକ ଦାହ କରି ବିରୋଧ ପ୍ରଦର୍ଶନ କରିଥିଲେ ।

ନୟାଗଡର ନାବାଳିକା ଶିଶୁକନ୍ୟାର ହତ୍ୟାକାରୀକୁ ଗିରଫ କରିବା ପାଇଁ ଭାଜପା ବାରମ୍ବାର ଦାବୀ କରି ଆସୁଥିଲା । କିନ୍ତୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ମନ୍ତ୍ରୀ ଶ୍ରୀ ସାହୁ ଘଣ୍ଟ ଘୋଡାଇବା ସହ ସୁରକ୍ଷା ଦେଉଥିବା ଦୁଃଖର ବିଷୟ ବୋଲି ମୋର୍ଚ୍ଚାର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଅନ୍ୟପକ୍ଷେ ଘଟଣାକୁ ଚପାଇଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ମନ୍ତ୍ରୀ ଧମକ ଦେଉଥିବା ଅଡିଓ ମଧ୍ୟ ଭାଇରାଲ ହୋଇଛି । ଏଣୁ ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ଗିରଫ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କୁ ବହିଷ୍କାର ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସମସ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବା ପାଇଁ ସେମାନେ ଦାବୀ କରିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ଭାଜପା ର ବରିଷ୍ଠ ନେତ୍ରୀ ପଙ୍କଜିନୀ ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ଆରତୀ ଗୁରୁ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ପିତାମ୍ବର ଖମାରୀ, ସଞ୍ଜୁ ନାୟକ, ସରିତା ଯୋଶୀ , ବନଶ୍ରୀ ଆଚାର୍ୟ୍ୟ, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ଧର୍ମେନ୍ଦ୍ର ଅଗ୍ରୱାଲ, ଲଳିତ ଶର୍ମା, ମଦନ ସେଠ୍ ପ୍ରମୁଖ ଥିଲେ।

jay balangir
Leave A Reply

Your email address will not be published.

1 × 4 =