ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ସରକାରଙ୍କ ଚାଷୀ ଶୋଷଣ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ଜୟ କିଷାନ ଆନ୍ଦୋଳନର ଜିଲ୍ଲା ସ୍ତରୀୟ ଆବାହକ ମଣ୍ଡଳୀ, ଜିଲ୍ଲା ପ୍ରତିନିଧି,ବ୍ଲକ ସଂଯୋଜକ ଓ ସହଯୋଗୀ ସଂଗଠନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆବାହକ ମଣ୍ଡଳୀର ତ୍ରିଲୋଚନ ପୁଞ୍ଜି ସଭାପତିତ୍ୱ କରିଥିବା ବେଳେ ଆବାହକ ସତ୍ୟ ବନଛୋର ସଭା ପରି·ଳନା କରିଥିଲେ । ଜିଲ୍ଲା ପ୍ରଶାସନ ଗତ ୧୮ ତାରିଖରୁ ଧାନ କିଣିବା ନେଇ ସମସ୍ତ ପେକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ କେତେକ ମଣ୍ଡିରେ ଧାନ ଚାଷୀଙ୍କ ଠାରୁ କିଣିବା ଆରମ୍ଭ କରିଥିବା ବେଳେ ଅନେକ ମଣ୍ଡିରେ ଏପର୍ଯ୍ୟନ୍ତ ଧାନ କଣା ଯାଇନାହିଁ । ଯେଉଁ ମଣ୍ଡିରେ କିଣିବା ଆରମ୍ଭ ହୋଇଛି ସେହି ସ୍ଥାନ ମାନଙ୍କରେ ୭ରୁ ୮ କେଜି କ୍ୟୁଂଟାଲ ପ୍ରତି ଧାନ କଟନି କରୁଥିବା ନେଇ ·ଷୀ ଅସନ୍ତୋଷ ଦେଖା ଦେଉଥିବା ପରିଲକ୍ଷିତ ହେଉଥିବା ବୈଠକରେ ଆଲୋଚନା ହୋଇଥିଲା । ସରକାରୀ ନିୟମ ଅନୁସାରେ କଟନି ବ୍ୟବସ୍ଥା ନାହିଁ, କ୍ୟୁଂଟାଲ ପ୍ରତି ୬ କେଜି ପର୍ଯ୍ୟନ୍ତ ବାଲି, ମାଟି, ଗୁଡି, କୁଟା କାଠି, ଅଗାଡି, ଖରାପ ବେରଙ୍ଗୀ, ପାଣିପୋକା ଓ ଅପରିପକ୍ୱ ପ୍ରଭୃତି ହୋଇଥିଲେ ମଧ୍ୟ କଟନି କରିପାରିବେ ନାହିଁ । ସେହିପରି ସରକାର ନିଜେ ଧାନ କିଣିବାର ବ୍ୟବସ୍ଥା ଥିଲେ ହେଁ ଏଥିରେ ସିଧାସଲଖ ମିଲ୍‌ ମାଲିକ ସଂପୃକ୍ତ ନେଇ ଚାଷୀର ଧାନ କାଟିବାକୁ ବାଧ୍ୟ କରୁଛନ୍ତି । ଯେଉଁଟାକି ବେଲପଡା ବ୍ଲକ ଧୁମାଭଟା ମଣ୍ଡି ତା’ର ଜ୍ୱଳନ୍ତ ଉଦାହରଣ । ଚାଷୀମାନେ ବିରୋଧ କରିବାରୁ ଆଜି ଯାଏ ଶହ ଶହ ବସ୍ତା ଧାନ ମଣ୍ଡିରେ ପଡିରହିଛି । ଟୋକନ ଦେବା ବ୍ୟବସ୍ଥା ପ୍ରଶାସନ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରଖିଛନ୍ତି, ଯାହା ଗରିବ ଚାଷୀ ଏତେ ଦିନ ଧରି ରହିପାରିବ ନାହିଁ । ବାଧ୍ୟ ହୋଇ ଦଲାଲ ହାତରେ ନିଜ କଷ୍ଟଅର୍ଜିତ ଫସଲ ଦେଇ ଶୋଷଣର ଶିକାର ହେବ । ଏଣୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ କରିବାକୁ ଆଲୋଚନାରେ ମତ ପ୍ରକାଶ ପାଇଥିଲା । ସେହିପରି କପାକୁ ନେଇ ଜିଲ୍ଲାରେ ଯେଉଁ ତିନୋଟି ମଣ୍ଡି ବ୍ୟବସ୍ଥା ରହିଛି ତାହା ଜିଲ୍ଲାରେ ପଂ·ୟତ ସ୍ତରୀୟ ଖୋଲିବାକୁ ମଧ୍ୟ ଆଲୋଚନା ହୋଇଥିଲା । ଏପ୍ରକାର ପ୍ରଶାସନର ଚାଷୀ ଶୋଷଣ ନୀତି ନେଇ ଆଗାମୀ ଡିସେମ୍ବର ୨ ତାରିଖରେ ଜିଲ୍ଲା ଓ ପ୍ରତ୍ୟକ ବ୍ଲକର ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ଆଳୋଚନା କରିବା ସହ ଏକ ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏକ ପ୍ର·ର ପତ୍ର ମାଧ୍ୟମରେ ଚାଷୀ ସଚେତନ ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ଜୟ କିଷାନ ଆନ୍ଦୋଳନର ପ୍ରବକ୍ତା ହିସାବରେ ଗିରିରାଜ ଭୋଇ ଓ ବ୍ୟାସଦେବ ଥନାପତିଙ୍କୁ ସର୍ବସମତି କ୍ରମେ ମନୋନିତ କରାଯାଇଛି । ଉକ୍ତ ସଭାରେ ଆବାହକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସିପୁନ ଖମାରୀ ଓ କୃଷକ ନେତା ପରଦେଶୀ ବିଶ୍ୱାଲ, ରାଜେଶ ବଗର୍ତ୍ତି, କପିଲ କୁମ୍ଭାର, ସୁମନ୍ତ ମେହେର, ପ୍ରଦୀପ ପଧାନ, ବନମାଲି ନାଏକ, କୃଷ୍ଣ ଚନ୍ଦ୍ର ସାହୁ, ପୁରନ୍ଦର ଭୋଇ, ସୁଶିଲ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ ।

Leave A Reply

Your email address will not be published.

eleven + two =

error: Content is protected !!