pakka

ପୃଥିବୀର ସବୁଠୁ ବଡ ବ୍ଲାକ୍‌ହୋଲ୍‌ ସାଗିଟାରିଅସ୍‌-ଏ ୨୦୦୦ ଆଲୋକ ବର୍ଷ ନିକଟତର

bbehera

ଟୋକିଓ : ଆମର ଗାଲାକ୍ସି ମଧ୍ୟରେ ସାଗିଟାରିଅସ୍‌-ଏ ନାମକ ଏକ ବିଶାଳ ବ୍ଲାକ୍‌ହୋଲ୍ ଅଛି, ଯାହାର ମାସ (ଦ୍ରବ୍ୟମାନ) ଆମ ସୂର୍ୟ୍ୟଙ୍କ ତୁଳନାରେ ୪ ମିଲିୟନ୍ ଗୁଣ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ, ପୂର୍ବ ଆକଳନ ଅପେକ୍ଷା ଆମେ ଏହି ବ୍ଲାକ୍‌ହୋଲ୍ ଠାରୁ ୨୦୦୦ ଆଲୋକ ବର୍ଷ ନିକଟତର ରହିଛୁ । ତଥାପି, ଏହାର ଅର୍ଥ ନୁହେଁ ଯେ ଏହା ସହ ଆମର ଧକ୍କା ହେବ ।

ବାସ୍ତବରେ ଏହି ବ୍ଲାକ୍‌ହୋଲ୍ ଆମ ପୃଥିବୀର ନିକଟତର ହୋଇନାହିଁ । କିନ୍ତୁ ନୂତନ ଏବଂ ସଠିକ୍ ତଥ୍ୟ ଉପରେ ଆଧାର କରି ଏହାର ସ୍ଥିତି ନୂତନ ମଡେଲ୍ ଦ୍ୱାରା ପ୍ରକାଶ ପାଇଛି । ପ୍ରାୟ ୧୫ ବର୍ଷ ଧରି ଜାପାନର ରେଡିଓ ଜ୍ୟୋତିର୍ବିଜ୍ଞାନ ପ୍ରକଳ୍ପ ଭିଇଆର୍‌ଏ ଏହା ସହ ଜଡିତ ତଥ୍ୟ ସଂଗ୍ରହ କରି ଆସୁଥିଲା । ଇଣ୍ଟର ଫେରୋମେଟ୍ରିର ଟେକ୍ନୋଲୋଜି ସହିତ ଭିଇଆର୍‌ଏ ଜାପାନର ଟେଲିସ୍କୋପରୁ ତଥ୍ୟ ସଂଗ୍ରହ କରିଛି ।

Leave A Reply

Your email address will not be published.

twelve + 20 =