pakka

ମିଳିଲା ୬ କୋଟି ବର୍ଷ ତଳର ବିଶାଳ ମାଛର ଜୀବାଶ୍ମ, ବୈଜ୍ଞାନିକମାନେ ଆ‌ଶ୍ଚର୍ଯ୍ୟ

ଲଣ୍ଡନ : ବ୍ରିଟେନରେ ‌ଜୀବାଶ୍ମ ବିଶେଷଜ୍ଞମାନେ ହଠାତ୍ ଏକ ବିଶାଳ ମାଛର ଜୀବାଶ୍ମ ପାଇଛନ୍ତି, ଯାହା ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ଡାଇନୋସର ଶେଷ ସମୟ ପର୍ୟ୍ୟନ୍ତ ବଞ୍ଚି ରହିଥିଲା । ବ୍ରିଟେନର ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ଜୀବାଶ୍ମ ବୈଜ୍ଞାନିକମାନେ ଏହି ଜୀବାଶ୍ମକୁ ଚିହ୍ନଟ କରିଛନ୍ତି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଏହି ବିଶାଳ ମାଛ ଗ୍ରେଟ୍ ହ୍ୱାଇଟ୍ ସାର୍କ ସହିତ ସମାନ । ଏହି ମାଛ ଦେଖିବାକୁ ବହୁତ ଅଦ୍ଭୁତ ଅଟେ ।
ପ୍ରାଚୀନ କାଳର ମିଳିଥିବା ଏହି ମାଛଟି ହେଉଛି ଏହି ପ୍ରକାରର ବୃହତ୍ତମ ମାଛ, ଯାହା ହଠାତ୍ ବୈଜ୍ଞାନିକମାନଙ୍କ ହାତରେ ଆସିଲା । ବୈଜ୍ଞାନିକମାନଙ୍କ ‌ଦ୍ୱାରା ମିଳିଥିବା ଏହି ମାଛ କୋଏଲାକାନ୍ସ ପ୍ରଜାତିର ଏକ ଅଂଶ । ଏହି ଜୀବାଶ୍ମ ଆବିଷ୍କାର କରିଥିବା ପ୍ରଫେସର ମାର୍ଟିଲ କହିଛନ୍ତି ଯେ, ମୁଁ ଭାବୁଛି ଏହି ମାଛ ବହୁତ ବଡ ଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ, ପୃଥିବୀରେ ଡାଇନୋସର ବିଲୋପ ପରେ ମଧ୍ୟ ଏହି ପ୍ରଜାତିର ମାଛ ଜୀବନ୍ତ ରହି ସମୁଦ୍ରରେ ବୁଲୁଥିଲେ ।

Leave A Reply

Your email address will not be published.

six + 7 =