pakka

ବସ୍ ଦୁର୍ଘଟଣା : ୩୭ ଜଣଙ୍କ ମୃତ୍ୟୁ

bbehera

ସିଧି : ଏକ ବସ୍ ଦୁର୍ଘଟଣାରେ ୩୭ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ସିଧି ଜିଲ୍ଲା ପ୍ରଶାସନ ଅନୁସାରେ ଯେ, ଏପର୍ୟ୍ୟନ୍ତ ୨୦ ଜଣ ପୁରୁଷ, ୧୬ ଜଣ ମହିଳା ଏବଂ ଚାରି ବର୍ଷର ଜଣେ ଶିଶୁଙ୍କ ସମେତ ୩୭ ଟି ମୃତ୍ୟୁ ନିଶ୍ଚିତ ହୋଇଛି । ସ୍ଥାନୀୟ ପ୍ରଶାସନ ଅନୁଯାୟୀ ଏହି ଦୁର୍ଘଟଣାରେ କେବଳ ୭ ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି । ଏନ୍‌ଡ଼ିଆର୍‌ଏଫ୍‌ ଏବଂ ଏସ୍‌ଡ଼ିଆର୍‌ଏଏଫ୍‌ ଦଳ ମୃତଦେହ ଖୋଜୁଛନ୍ତି । ସ୍ଥାନୀୟ ପୋଲିସର ସୂଚନାନୁସାରେ, ପ୍ରାୟ ଲୋକ ନିଖୋଜ ଅଛନ୍ତି ।

ପୂର୍ବରୁ କୁହାଯାଇଥିଲା ଯେ, ଏହି ବସ୍‌ରେ ୫୪ ଜଣ ଯାତ୍ରୀ ଥିଲେ । କିନ୍ତୁ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ପ୍ରକୃତରେ କେତେ ଲୋକ ଥିଲେ ତାହା ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ନିଶ୍ଚିତ କରିନାହିଁ । କୁହାଯାଇଛି ଯେ, ମଙ୍ଗଳବାର ସକାଳେ ପ୍ରାୟ ସାତ ତିରିଶରେ ଏହି ଘଟଣା ଘଟିଛି । ଏହି ବସ୍ ସିଧିରୁ ସତନା ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲା ​​ଏବଂ ନିୟନ୍ତ୍ରଣ ହରାଇବା କାରଣରୁ କେନାଲରେ ପଡିଯାଇଥିଲା ।

ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, “ସିଧିରେ ଦୁର୍ଘଟଣା ବ୍ୟଥିତ କରିଛି । ଉଦ୍ଧାର କାର୍ୟ୍ୟ ନିରନ୍ତର ଚାଲିଛି । କଲେକ୍ଟର, କମିଶନର, ଆଇଜି, ଏସପି ଏବଂ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ।”

Leave A Reply

Your email address will not be published.

1 × five =