pakka

ଆଫଗାନିସ୍ତାନ ମସଜିଦରେ ବୋମା ତିଆରି କ୍ଲାସ୍‌ ନେବା ମହ‌ଙ୍ଗା ପଡ଼ିଲା : ବିସ୍ଫୋରଣରେ ୩୦ ତାଲିବାନ ଆତଙ୍କବାଦୀ ନିହତ

bbehera

କାବୁଲ : କୁହାଯାଏ, ଖରାପ କାମର ଫଳାଫଳ ଖରାପ ହିିଁ ହୋଇଥାଏ । ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ସହ ଏଭଳି ଏକ ଘଟଣା ଘଟିଛି । ଆଫଗାନିସ୍ତାନର ଏକ ମସଜିଦ ଭିତରେ ବୋମା ତିଆରିର ତାଲିବାନ ଆତଙ୍କବାଦୀମାନେ ‌କ୍ଲାସ୍‌ ନେଉଥିବା ବେଳେ ବିସ୍ଫୋରଣ ଘଟି ୩୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବରରେ କୁହାଯାଇଛି । ଆଫଗାନିସ୍ତାନ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ୬ ଜଣ ବିଦେଶୀଙ୍କ ସମେତ ୩୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହି ବିଦେଶୀ ଆତଙ୍କବାଦୀମାନେ ଲ୍ୟାଣ୍ଡମାଇନ୍ସ ତିଆରି ବିଶେଷଜ୍ଞ ଥିଲେ ଏବଂ ଶନିବାର ସେମାନେ ଅନ୍ୟ ୨୬ ଜଣ ଆତଙ୍କବାଦୀଙ୍କୁ ବୋମା ତିଆରି ପାଇଁ ଲାଇଭ୍ ଟ୍ରେନିଂ ଦେଉଥିଲେ । କୁହାଯାଉଛି ଯେ, ବାଲଫ୍ ପ୍ରଦେଶର ଦଉଲତାବାଦ ଜିଲ୍ଲାର କୁଲତାକ୍ ଗ୍ରାମରେ ଏହି ବିସ୍ଫୋରଣ ଘଟିଛି । ଆଫଗାନିସ୍ତାନ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ନିହତ ହୋଇଥିବା ବିଦେଶୀ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ । ଖାମା ପ୍ରେସ ରିପୋର୍ଟ ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଏକ ମସଜିଦ ଭିତରେ ଥିଲେ ଏବଂ ସେମାନଙ୍‌ଙ୍କୁ ବୋମା ଓ ଆଇଇଡି ତିଆରି ପାଇଁ ତାଲିମ ଦିଆଯାଉଥିଲା ।

Leave A Reply

Your email address will not be published.

11 − 11 =