pakka

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

bbehera

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ନିମପୁରରେ ଝଟିଛି ଏକ ଅଭାବନୀୟ ଘଟଣା । ସକାଳୁ ସ୍ଥାନୀୟ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ଜଣେ ଛାତ୍ରଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି । ମୃତ ଛାତ୍ର ଜଣଙ୍କ ଅଶୋକ ଆଚାର୍ଯ୍ୟଙ୍କ ୧୦ ବର୍ଷର ପୁଅ ଆଶୁତୋଷ ଆଚାର୍ଯ୍ୟ ବୋଲି ଜଣାପଡିଛି । ସେ ସ୍ଥାନୀୟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ ।

ସୂଚନା ଅନୁସାରେ, ଆଶୁତୋଷ ବୁଧବାର ସକାଳେ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ନଦୀରେ ଶୌଚ ହେବା ସମୟରେ ଏକ ବିରାଟକାୟ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଖବର ପାଇ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ପରେ ନରେନ୍ଦ୍ରପୁର ଘାଟରୁ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଆଶୁତୋଷଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

jay balangir
Leave A Reply

Your email address will not be published.

sixteen − 11 =