pakka

କୁହୁଡି ଯୋଗୁଁ ଦୁର୍ଘଟଣା

bbehera

ବୌଦ୍ଧ : ଘନ କୁହୁଡି ଯୋଗୁଁ କାର୍ ଦୁର୍ଘଟଣାଗ୍ରସ୍ତ । କାର୍‌କୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର୍‌ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘଐ ୫୭ ମହେଶ୍ୱରପିଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । କାର୍‌ରେ ଥିବା ୫ ଯାତ୍ରୀ ଆହତ ସୂଚନା । ଆହତ ଯାତ୍ରୀ ସୋନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ଛକ ନିକଟରେ ଗୋଟିଏ କାର୍‌କୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିବା ସୂଚନା ମିଳିଛି । କାର୍‌ରେ ଡ୍ରାଇଭରକୁ ମିଶାଇ ୫ ଜଣ ଯାତ୍ରୀ ଥିବାବେଳେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ସୁଚନା ପାଇ ବାଉଁଶୁଣୀ ଦମକଳ ବାହିନୀ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ କେହି ଗୁରୁତର ହୋଇ ନଥିବା ଜଣାପଡିଛି । ତେବେ ଘନ କୁହୁଡ଼ି ଯୋଗୁଁ ରାସ୍ତା ନ ଦିଶିବା ଫଳରେ ଧକ୍କା ହୋଇଥିବା ଜଣାପଡିଛି । ମନମୁଣ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

one × one =