pakka

ମଦ୍ୟପାନ କରି ଧୁମାପାଲି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗରେ ଶିକ୍ଷକ ନିଲମ୍ବିତ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ଅଧୀନସ୍ଥ ବୁଢ଼ାବାହାଲ ପଞ୍ଚାୟତ ଧୁମାପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କମଲାକାନ୍ତ ଭୋଇ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ନିଲମ୍ବିତ କରିଥିବା ଜଣାପଡିଛି । ପ୍ରକାଶ ଯେ, ଧୁମାପାଲି ବିଦ୍ୟାଳୟରେ କାର୍ଯ୍ୟରତ କମଲାକାନ୍ତ ଭୋଇ ଦୀର୍ଘ ଦିନରୁ ବିଦ୍ୟାଳୟକୁ ମଦ୍ୟପାନ କରି ଆସୁଥିବା ସହିତ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସୁ ନ ଥିବା ସହ ବିଶୃଙ୍ଖଳିତ ଆଚରଣ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ପୂର୍ବରୁ ଉକ୍ତ ସ୍କୁଲରେ ରୋଷେଇ କରୁଥିବା ମହିଳାମାନଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ବିଭାଗୀୟ ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷକ କମଳାକାନ୍ତ ଭୋଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

eighteen + one =

error: Content is protected !!