pakka

ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଓଏଭି ଶିକ୍ଷକ ରୁଷିଆ ମେହେର

bbehera

ରେଙ୍ଗାଲି, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ଏଜୁକେସନ ସର୍ଭିସ (ଓଇଏସ) ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଘନଶ୍ୟାମ ମେହେରଙ୍କ ପୁତ୍ର ରୁଷିଆ ମେହେର ଏହି ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି । ରୁଷିଆ ମେହେର ପୂର୍ବରୁ ଆଗଲପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ଓ ବର୍ତ୍ତମାନ ଓଡିଶା ଆଦର୍ଶ ବିଦ୍ୟାଳୟ ଏମ୍‌ ଗଣ୍ଡପାଲି ବିଜେପୁରରେ ସାମାଜିକ ବିଜ୍ଞାନ ଶିକ୍ଷକ ରୂପେ କାର୍ଯ୍ୟରତ । ତାଙ୍କର ଏହି ସଫଳତା ପାଇଁ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷକ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହି ଖବର ପାଇ ରେଙ୍ଗାଲି ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ତାହା ଯୁବ ପିଢ଼ି ପାଇଁ ବର୍ତ୍ତମାନ ପ୍ରେରଣାର ଉତ୍ସ । ତାଙ୍କର ଏହି ସଫଳତା ପାଇଁ ପିତାମାତା, ପତ୍ନୀ, ଭାଇ ଭଉଣୀ, ତାଙ୍କୁ ଶିକ୍ଷାଦାନ କରିଥିବା ଶିକ୍ଷକ ବୃନ୍ଦ, ଗ୍ରାମର ସାଙ୍ଗସାଥୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ସହକର୍ମୀ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିବା ଜଣାପଡିଛି । ତାଙ୍କ ବାପା ଘନଶ୍ୟାମ ମେହେର ଚତୁର୍ଥ କର୍ମଚାରୀ ଏବଂ ମାଆ ଗୃହିଣୀ ଭାବରେ ଅବସ୍ଥାପିତ ଅଟନ୍ତି ।

jay balangir
Leave A Reply

Your email address will not be published.

12 + 15 =