csstore

ହିନ୍ଦ୍‌ ମଜଦୁର ସଭାକୁ ଅଧିକ କ୍ରିୟାଶୀଳ କରାଯିବ : ରବି ରଥ

ରାଉରକେଲା, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ରାଜ୍ୟ ଉପସଭାପତି ରବି ରଥ ଗୁରୁତ୍ୱାରୋପ କରିଛନ୍ତି । ସ୍ଥାନୀୟ ପାନ୍ଥ ନିବାସଠାରେ ଏଚ୍‌ଏମ୍‌ଏସ୍‌ ସହ ବନ୍ଧିତ ସଂଗଠନ କର୍ମକର୍ତ୍ତାମାନଙ୍କ ଏକ ବୈଠକରେ ଯୋଗ ଦେଇ ଏଚ୍‌ଏମ୍‌ଏସ୍‌ର ପୁରୁଣା ଇତିହାସ ଉପରେ ଗୁରୁତ୍ୱାରୋପ କରି ପୁନଃ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ରଥ ଆହ୍ୱାନ ଦେଇଥିଲେ । ଏ ସମ୍ପର୍କରେ ଆୟୋଜିତ ସଭାରେ ସଂଗଠନର ବରିଷ୍ଠ ନେତା ବୈଦ୍ୟନାଥ ଦାଶ, ରାଉରକେଲା ମଜଦୁର ସଭାର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ, କଳିଙ୍ଗ ଇସ୍ପାତ ଶ୍ରମିକ ସଂଘର ସମ୍ପାଦକ ଗୁଣନିଧି ବଳ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ଜେନା, ଦିଲୀପ କୁମାର ଜେନା, ତ୍ରିଲୋକ କୁମାର ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସଂଗଠନକୁ ସକ୍ରିୟ କରିବା ପାଇଁ ଆହ୍ୱାନ ଦେଇଥିଲେ ।

jayashree
Leave A Reply

Your email address will not be published.