pakka

ରେନବୋ ପବ୍ଲିକ ସ୍କୁଲର ବିଂଶତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ବରଗଡ଼ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରେନବୋ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ମହୋତ୍ସବ ଅବସରରେ ଜୀବନରେ କ୍ରୀଡାର ମହତ୍ତ୍ୱ ବିଷୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର ଛାତ୍ରୀ ଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିବା ବେଳେ ଓ ସମ୍ପାଦିକା ଶ୍ରୀମତୀ ଚନ୍ଦନା ରଥ ଶିଶୁ ମାନଙ୍କ ଶାରୀରିକ ବିକାଶ ଓ ମାନସିକ ବିକାଶ ମଧ୍ୟରେ ଥିବା ସମ୍ବନ୍ଧକୁ ଦର୍ଶାଇଥିଲେ । ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ବାରିକ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଆଲୋକ ରଂଜନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିପାଇଁ ବରଗଡର ମା’ ଶ୍ୟାମାକାଳୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କ୍ରୀଡା ପ୍ରାଙ୍ଗଣକୁ ଅଣାଯାଇଥିଲା । ଛାତ୍ରଛାତ୍ରୀ ମାନେ ଅତି ଉତ୍ସାହ ଓ ଉଦ୍ଦୀପନାର ସହ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ଭାଗ ନେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ବାର୍ଷିକ କ୍ରୀଡାର ସୁପରିଚାଳନା ହୋଇଥିଲା ।

Leave A Reply

Your email address will not be published.

6 + 1 =