jsm

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

csstore
  • ଗ୍ରାମାଞ୍ଚଳ ଯୁବ କ୍ରୀଡା ପ୍ରତିଭା ଗୁରୁତ୍ୱ ଦିଆଯିବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କଲେଜ ପରିସରଠାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡାରେ ପଞ୍ଚାୟତରେ ଥିବା ଯୁବ ପ୍ରତିଭା କ୍ରୀଡାବିତ୍‌ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଏହି କ୍ରୀଡା ପାଇଁ ଏକ କମିଟି ଗଠନ କରି ବାଳକ ବାଳିକା ବିଭାଗରୁ ଫୁଟବଲ ଓ ଖୋ ଖୋ ପାଇଁ ସିଦ୍ଧାନ୍ତ କରାଯାଇଛି । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ, କଲେଜର ଭାଇସ ପ୍ରିନ୍‌ସିପାଲ ତିରୁପତି ମେହେର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ହେବାକୁ ଥିବା ପୁରୁଷ ହକି ବିଶ୍ଵକପ ୨୦୨୩କୁ ଦୃଷ୍ଟିରେ ରଖି ବ୍ଲକର ବିଭିନ୍ନ ଅଞ୍ଚଳରୁ ଯୁବ ଖେଳାଳିମାନଙ୍କ ପ୍ରତିଭା ଅନ୍ୱେଶଣ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ବ୍ଲକର ୧୭ ବର୍ଷରୁ କମ୍‌ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ସାମିଲ କରାଯିବା ପାଇଁ ଧାର୍ଯ୍ୟ କରଯାଇଛି । ପ୍ରଥମେ ପଞ୍ଚାୟତସ୍ତରୀୟ ଶାରୀରିକ ଶିକ୍ଷକମାନଙ୍କ ଦ୍ୱାରା ଖେଳ ଅନୁଷ୍ଠିତ ହେବ । ଯାହାକୁ ବିଦ୍ୟାଳୟ ଶାରୀରିକ ଶିକ୍ଷକ, ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାମାନେ ସହଯୋଗ କରିବେ । ପରେ ପଞ୍ଚାୟତରେ ଖେଳାଳିମାନଙ୍କୁ ଚୟନ କରାଯିବ ବୋଲି ଖେଳ ପ୍ରତିଯୋଗିତା ପ୍ରସ୍ତୁତି ବୈଠକରେ ବିଡିଓ ଶ୍ରୀ ନାଗ ସୂଚନା ଦେଇଛନ୍ତି ।ବୈଠକରେ ସଇଁତଲା ସରପଞ୍ଚ ସୁବ୍ରତ ନାଗ, ମନୀଷ ସୁନା, କରିଷ୍ମା ନନ୍ଦ, ଗଜପତି ସାହୁ, ଶୈଳେନ୍ଦ୍ରି ମହାନନ୍ଦ, ଘୁନସର ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ, ଧରପଗଡ଼ ସରପଞ୍ଚଙ୍କ ପ୍ରତିନିଧି ସତ୍ୟନାରାୟଣ ପଣ୍ଡା, ସମିତିସଭ୍ୟ ଉମାକାନ୍ତ ରଣା, ରାକେଶ ନାଏକ, ବାଞ୍ଛାନିଧି ବୁଡ଼େକ, ଶାରୀରିକ ଶିକ୍ଷକ ରଧାଗୋବିନ୍ଦ ନାଏକ, ପ୍ରଫୁଲ୍ଲ ରଣା, ପ୍ରଭୁଦତ୍ତ ଧରୁଆ, ଶେଷଦେବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.