pakka

ବ୍ୟବସ୍ଥାଗତ ଭୁଲ ଯୋଗୁଁ ହିତାଧିକାରୀ ହନ୍ତସନ୍ତ, ୬ ମାସରୁ ଅଧିକ ହେବ ଭତ୍ତା ପାଇବାରୁ ବଞ୍ଚିତ

bbehera

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟରେ ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମମାନଙ୍କ ପାଇଁ ଯୋଜନାମାନ କରି ସହାୟତା ପ୍ରଦାନ କରିଥାନ୍ତି । ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ୍‌ ଯୋଜନା ଭଳି ବିଭିନ୍ନ ଭର୍ତ୍ତା ଯୋଜନା ମାଧ୍ୟରେ ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିଆସୁଛନ୍ତି । କିନ୍ତୁ ପାଖାପାଖି ଏକ ବର୍ଷ ହେବ ସରକାର ସିଧାସଳଖ ହିତାଧିକାରୀମାନଙ୍କ ଜମା ଖାତାରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ଲାଗୁ କରିବା ପରେ ହିତାଧିକାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏପରିକି ବିଭିନ୍ନ ପଞ୍ଚାୟତରେ ଶଯ୍ୟାସାୟୀ ଅବସ୍ଥାରେ ଥିବା କିମ୍ବା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ବୃଦ୍ଧ ବୃଦ୍ଧାମାନେ ୬ ଶହ ଟଙ୍କା ଭତ୍ତା ନେବା ପାଇଁ ଦୂର ଦୂରାନ୍ତରୁ ଗାଡି ଭଡା କରି ବ୍ୟାଙ୍କକୁ ଆସୁଥିବା ଯୋଗୁଁ ଅଯଥା ଖର୍ଚ୍ଚାନ୍ତରେ ପଡୁଥିବା ଫଳରେ ଭତ୍ତା ଟଙ୍କା ସେମାନଙ୍କ ଆବଶ୍ୟକତା ମେଣ୍ଟାଇବାରେ ଲାଗି ପାରୁନାହଁ । ସେହିପରି ଅନେକ ପଞ୍ଚାୟତରେ ହିତାଧିକାରୀମାନେ ଦୀର୍ଘ ମାସ ହେବ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଥିବା ଖବର ମିଳିଛି । ଏପରି ଏକ ଅଭିଯୋଗ ହୋଇଛି ସଇଁତଲା ବ୍ଲକର ଆମ୍ବପାଲି ଗ୍ରାମର ମନ୍ଦାର ମନହୀରା ସ୍ଥାନୀୟ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଠାରେ ଅଭିଯୋଗ କରିଛନ୍ତି । ସେ ସିଧାସଳଖ ଭତ୍ତା ଟଙ୍କା ଦିଆଯାଉଥିବା ବେଳେ ନିୟମିତ ଭତ୍ତା ପାଇଁ ଆସୁଥିଲେ, କିନ୍ତୁ ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ କିମ୍ବା ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ସେ ଦୀର୍ଘ ୬ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଏ ସମସ୍ୟା ନେଇ ପୂର୍ବରୁ ବାରମ୍ବାର ପଞ୍ଚାୟତ କର୍ମଚାରୀମାନଙ୍କ ଠାରେ ଆପତ୍ତି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଆଜି ବିଡ଼ିଓ ଶ୍ରୀ ନାଗଙ୍କ ଠାରେ ଅଭିଯୋଗ କରିବା ପରେ ଏହାର ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ପ୍ରଶାସନ ଆମ୍ବପାଲି ଭଳି ବିଭିନ୍ନ ପଞ୍ଚାୟତଗୁଡିକରେ ଏଭଳି ଅବ୍ୟବସ୍ଥା ରହିଥିବାରୁ ଏହାର ତୁରନ୍ତ ପଦେକ୍ଷପ ନେବା ପାଇଁ ଅଞ୍ଚଳର ଜନସାଧାରଣ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.

20 + ten =