pakka

ଗଣ୍ଡାବଜା ପତ୍ରିକା ତରଫରୁ ମାନବିକ ଅଧିକାର ଦିବସ

bbehera
  • ନ୍ୟାୟପାଳିକା ମାନବିକ ଅଧିକାର ପ୍ରତି ଆହୁରି ସମ୍ବେଦନଶୀଳ ହେଉ : ଅମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବିକ ଅଧିକାରକୁ ଦେଶର ସମ୍ବିଧାନ ଓ ବିଚାର ବିଭାଗ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଲୋକେ ଦୈନନ୍ଦିନ ତାଙ୍କର ମାନବିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜାତି, ଧର୍ମ, ଲିଙ୍ଗ ଏପରିକି ଖାଦ୍ୟ ପେୟକୁ ନେଇ ତଥାକଥିତ ରାଜନୈତିକ ତଥା ଧାର୍ମିକ ଶକ୍ତି ସମାଜରେ ବିଭେଦ ଓ ଅକ୍ରୋଶ ସୃଷ୍ଟି କରାଉଛନ୍ତି । ବିଗତ କିଛି ସମୟରେ ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମକଦ୍ଦମା ନ୍ୟାୟପାଳିକା ପାଖକୁ ଆସୁ ଆସୁ ଅନେକ ପିଡିତ ନିଜର ଜୀବନ ସଂଘର୍ଷ ହରାଇ ବସୁଥିବା ନଜିର ରହିଛି । ଏଦିଗରେ ନ୍ୟାୟପାଳିକା ଆହୁରି ସମ୍ବେଦନଶୀଳ ହେବା ସହ ଖୋଦ ବିଭିନ୍ନ ଘଟଣାର ସଜ୍ଞାନ ନେଇ ଦେଶବାସୀଙ୍କ ମାନବିକ ଅଧିକାର ସୁରକ୍ଷିତ କରିବା ଜରୁରୀ ହୋଇପଡିଛି । ତେବେ, ଏଭଳି ଭିଭିନ୍ନ ଘଟଣାକୁ ବିରୋଧ କରି, ଅନ୍ୟର ଅଧିକାର ଓ ନ୍ୟାୟ ସୁରକ୍ଷିତ କରିବା ପାଇଁ ଲଢେଇ କରୁଥିବା ଓକିଲ, ସମାଜିକ କର୍ମୀ ଓ ସାମ୍ବାଦିକମାନେ ଅକାରଣେ ନ୍ୟାୟପାଳିକାର ଚକ୍ଷୁଶୁଳ ହେବା ଦୁର୍ଭାଗ୍ୟଜନକ ବୋଲି ଗଣ୍ଡାବଜା ପତ୍ରିକା ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ମାନବିକ ଅଧିକାର ଦିବସର ମୁଖ୍ୟ ଅତିଥି ତଥା ବରିଷ୍ଟ ଆଇନଜୀବୀ ଅମରେନ୍ଦ୍ର ମିଶ୍ର କହିଛନ୍ତି । ସେହିପରି ସଂପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଭାରତର ଜାତି, ସମ୍ବିଧାନ, ମାନବିକ ଅଧିକାର ଓ ନ୍ୟାୟିକ ବ୍ୟବସ୍ଥା ଶିର୍ଷକ ଆଲୋଚନାଚକ୍ରର ମୁଖ୍ୟବକ୍ତା ଶିବ ଶଙ୍କର ନନ୍ଦ ଦେଶରେ ଥିବା ଜାତି ବାଦ ହିଁ ମାନବିକ ଅଧିକାର ହାସଲ ଦିଗରେ ମୁଖ୍ୟ ଅବରୋଧ ସୃଷ୍ଟି କରୁଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ, ଶହ ଶହ ସଂଗ୍ରାମୀ, ଜ୍ଞାନୀ ଗୁଣିମାନେ ବହୁ କଷ୍ଟ କରି ଦେଶର ସମ୍ବିଧାନକୁ ସାକାର କରିଥିଲେ । ଏହି ମହାନ ସମ୍ବିଧାନରେ ଦେଶର ପତ୍ୟେକ ନାଗରିକର ମାନବିକ ଅଧିକାରର ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । ବିଭାଜନକାରୀ ମାନେ ବାରମ୍ବାର ସମ୍ବିଧାନକୁ ଆକ୍ରମଣ କରି ଗରିବ ଜନସାଧାରଣ ଲୋକଙ୍କ ଅଧିକାର ହନନ ପାଇଁ ହୀନ ଚକ୍ରାନ୍ତ ରଚୁଛନ୍ତି । ଦୈନନ୍ଦିନ ଜିବନରେ ଲୋକେ ସମ୍ବିଧାନ ପାଳନ ପ୍ରତି ଯେତେ ଯତ୍ନବାନ ହେବେ ତାଙ୍କର ମାନବିକ ଅଧିକାର ସେତିକି ସୁରକ୍ଷିତ ରହିବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ସେହିପରି, ଆମ୍ବେଦକରବାଦୀ ଦୀନେଶ ନାଗ, ଆଦିବାସୀ ଚିନ୍ତକ ଅଜିତ ଭୋଇ ଓ ଶଙ୍କର ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳୁଷିତ ଜାତିପ୍ରଥା ବିରୋଧରେ ଥିବା ନ୍ୟାୟିକ ବ୍ୟବସ୍ଥା ତଥା ଜନସାଧାରଣଙ୍କ ମାନବିକ ଅଧିକାର ଗହନ ଚର୍ଚ୍ଚା କରିଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ସୁନା ନାରିମାନଙ୍କ ମାନବାଧିକାର ପ୍ରସଙ୍ଗକୁ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ । ସାମ୍ବିଦକ କୁନା ବାଗ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶତାଧିକ ଶ୍ରୋତାଗଣ ଓ ଅତିଥିକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

three × 1 =