pakka

ସୁବର୍ଣ୍ଣପୁରରେ କ୍ରୀଡ଼ା ସପ୍ତାହ ଉଦ୍‌ଯାପିତ : ପଦ୍ମଶ୍ରୀ ଦିଲ୍ଲୀପ୍ ତିର୍କୀ ଛାତ୍ରଛାତ୍ରୀମାନଙ୍କୁ ଦେଲେ ସଫଳତାର ମନ୍ତ୍ର

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ଉତ୍ସାହ ସହିତ କ୍ରୀଡା ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶେଷ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ବନାମ୍ ସୁନ୍ଦରଗଡ଼ ଜିଲ୍ଲାର ପୁରୁଷ ଏବଂ ମହିଳା ଦଳ ମାନଙ୍କ ମଧ୍ୟରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାିଛି । ଏଥିରେ ବିଶିଷ୍ଟ ହକି ଖେଳାଳି ତଥା ଭାରତୀୟ ଦଳର ପ୍ରାକ୍ତନ କ୍ୟାପଟାନ ପଦ୍ମଶ୍ରୀ ଦିଲ୍ଲୀପ୍ ତିର୍କୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସୋନପୁର ମହାବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ୍ ମିଞ୍ଜ୍, ଉପଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ । ଏହି ହକି ମ୍ୟାଚ୍‌ରେ ସୁନ୍ଦରଗଡ଼ ପୁରୁଷ ଦଳ ୨/୧ ଗୋଲରେ ଏବଂ ସୁନ୍ଦରଗଡ ମହିଳା ଦଳ ୩/୦ ଗୋଲ୍‌ରେ ବିଜୟୀ ହୋଇଥିଲେ । ବିଜୟୀ ଦଳମାନଙ୍କୁ ସ୍ଵର୍ଣ୍ଣ ଏବଂ ରନର୍ସଅପ୍ ଦଳ ମାନଙ୍କୁ ରୌପ୍ୟପଦକ ଦିଆଯାଇଥିଲା । ସେହିଭଳି ଗଣମାଧ୍ୟମ ପ୍ରତିନିଧି ଏବଂ ସୋନପୁର ଭେଟେରାନ୍ ମାନଙ୍କୁ ନେଇ ୧୦୦ ମିଟର ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକମାନଙ୍କ ମଧ୍ୟରୁ ସଞ୍ଜୟ ସାହୁ ପ୍ରଥମ, ରବୀନ୍ଦ୍ର ହୋତା ଦ୍ଵିତୀୟ ଏବଂ ମାନଭଞ୍ଜନ ପୂଜାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଭେଟେରାନ୍ ଦୌଡ଼ରେ ସଂଜୀବ ନାଏକ ପ୍ରଥମ, ଶିବଦତ୍ତ ଦାଶ ଦ୍ୱିତୀୟ ଓ ଅଭିଳାଷ ପୁରୋହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହାପରେ କ୍ରୀଡା ସପ୍ତାହର ଉଦ୍‌ଯାପନୀ ସମାରୋହର ନୂତନ ଟାଉନ ହଲଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଦିଲ୍ଲୀପ୍ ତିର୍କୀ, ସ୍ଵତନ୍ତ୍ର ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୁଜାରୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ୍ ମିଞ୍ଜ୍, ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସପ୍ତାହ ବ୍ୟାପୀ କ୍ରୀଡା ପ୍ରତିଯୋଗିତାର କୃତି ଖେଳାଳିମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଖେଳାଳି ମାନଙ୍କ ସହିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଛାତ୍ର ଏବଂ ଖେଳାଳି ଜୀବନର ସୁମଧୁର ସ୍ମୃତିଚାରଣ କରିବା ସହିତ ଭଲ ପାଠ ପଢିବା ସହିତ କୌଣସି ଏକ ଖେଳରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଭବିଷ୍ୟତରେ ଜିଲ୍ଲାକୁ ଏକ ସ୍ପୋର୍ଟସ୍ ହବରେ ପରିଣତ କରିବାକୁ ସମସ୍ତ ପ୍ରୟାସ କରାଯିବ ବୋଲି କହିବା ସହିତ ଜିଲ୍ଲାରେ ସୁନ୍ଦର ଭାବରେ କ୍ରୀଡ଼ା ସପ୍ତାହ ଆୟୋଜନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଉପଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

four × 5 =

error: Content is protected !!