pakka

୧୧ ଦଫା ଦାବୀ ପୂରଣ ନହେଲେ ସୁନ୍ଦରଗଡ ବନ୍ଦ ଡାକରା ଦିଆଯିବ : ସଚେତନ ନାଗରିକ ମଞ୍ଚ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଅଗଷ୍ଟ ୨୫ ତାରିଖ ଦିନ ସଚେତନ ନାଗରିକ ମଞ୍ଚ ନେତୃତ୍ୱରେ ରାଉରକେଲାର ୩୨ଟି ସାମାଜିକ ଅନୁଷ୍ଠାନର ମିଳିତ ଉଦ୍ୟମରେ ତାଳଚେର ବିମଳାଗଡ ରେଳପଥକୁ ପୂର୍ଣ୍ଣାଙ୍ଗ କରିବା ଦାବୀ ନେଇ ଉଚ୍ଚ ନ୍ୟାୟାଳୟ ଠାରେ ଜନସ୍ୱାର୍ଥ ମାମଲା ରୁଜୁ କରଯାଇଥିଲା । ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚର ବରିଷ୍ଠ ଓକିଲ ଶିଶିର ଦାସଙ୍କ ବଳିଷ୍ଠ ତଥ୍ୟଭିତ୍ତିକ ଜବାବ ସୁଆଲ ଦ୍ୱାରା ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ଅଜା ଅମଳର ହୋଇଥିବା ଦାବୀ ଏବେ ନାତିଙ୍କ ସମୟରେ ମଧ୍ୟ ଦାବୀ ଉପସ୍ଥାପନ କରାଯାଉଛି । ତତ୍ ସହିତ ରେଲୱେର ଓକିଲ ଆମ ଓକିଲଙ୍କ ଦାବୀକୁ ସମର୍ଥନ କରିବା ସହିତ ଦୀର୍ଘ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ୧୯ ବର୍ଷ ଧରି ନୋଟିଫିକେସନ୍ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଗୋଟିଏ ଇଞ୍ଚ ଜାଗା ଅଧିଗ୍ରହଣ କରିପାରି ନାହାନ୍ତି । ଦାବୀ ଗୁଡିକର ଯଥାର୍ଥତାକୁ ଅନୁଭବ କରି ମୁଖ୍ୟ ବିଚାରପତି ଅତି କଠୋର ଭାଷାରେ ରାଜ୍ୟ ସରକାରଙ୍କ ଆଡ୍‌ଭୋକେଟ ଜେନେରାଲଙ୍କୁ ଭର୍ତ୍ସନା କରିବା ସହିତ ତାଗିଦ କରିଥିଲେ ଯେ, ୬୦ ବର୍ଷର ଜନମଙ୍ଗଳ କାର୍ଯ୍ୟକୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କରାଯାଇପାରି ନାହିଁ । ଏଣୁ ଉଚ୍ଚ ନ୍ୟାୟାଳୟ ଅକ୍ଟୋବର ୧୦ ତାରିଖ ଭିତରେ ସମସ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସଚେତନ ନାଗରିକ ମଞ୍ଚର ସଭାପତି ଡାକ୍ତର ଫକୀର ଚାରଣ ହୋତା, କାର୍ଯ୍ୟକାରୀ ସଭାପତି ଡ. ପୀତବାସ ମିଶ୍ର, ସାଧାରଣ ସଂପାଦକ ପିପି ରାୟ, ଉପସଭାପତି ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର ନାୟକ, ବିମଳ ବିଶି, ଅଭୟ ଦାସ, ଗୋପୀନାଥ ପଟ୍ଟନାୟକ, ଜଗବନ୍ଧୁ ଜେନା, ପ୍ରାକ୍ତନ ବିଧାୟକ ରବି ଦେହୁରୀ, ପ୍ରଭାତ ମହାପାତ୍ର, ଡ. ସୁମନ ଦତ୍ତ, ଡା. ଉତ୍ତମ ଜେନା, ଡା. ବସନ୍ତ ଦାସ, ଡା. ଗୋପବନ୍ଧୁ ବଳ, ଲୋପମୁଦ୍ରା ମହାନ୍ତି, ନିରଞ୍ଜନ ଦାସ, ମୀନତି ଦେବତା, ସତ୍ୟପ୍ରିୟ ମହାନ୍ତି, ଡ. କିଶୋରୀ ଦାଶ, ହରିହର ବେହେରା, ଶୈଳେନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ସେଠୀ, ଅକ୍ଷୟ ଦାସ, ଅକ୍ଷୟ ଜେନା, ସୁବ୍ରତ ମଲ୍ଲିକ, ରମେଶ ମହାନ୍ତି, ଶମ୍ଭୁନାଥ ପରିଡା, କୁଞ୍ଜବିହାରୀ ରାଉତ ପ୍ରମୁଖ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଦେବା ସହିତ ଯଦି ୧୧ଦଫା ଦାବୀ ଯଥା ତାଳଚେର ବିମଳାଗଡ ରେଳପଥ ନିର୍ମାଣ ସହ ଇସ୍ପାତ ନଗରୀରୁ ପାରାଦ୍ୱୀପ ବନ୍ଦର ପର୍ଯ୍ୟନ୍ତ ଏକ ଶିଳ୍ପ କରିଡର ସୃଷ୍ଟି, ବନ୍ଧମୁଣ୍ଡାଠାରେ ରେଳ ଡିଭିଜନ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦରକୁ ସଂପୂର୍ଣ୍ଣ କରି ବିମାନ ଚଳାଚଳ କରିବା, ବେଦବ୍ୟାସଠାରେ ଝୁଲା ପୋଲ ନିର୍ମାଣ ଓ ମିନି କୁମ୍ଭମେଳା ଆୟୋଜନ ସହ ପଶ୍ଚିମ ଓଡିଶାର ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ସମଗ୍ର ପଶ୍ଚିମ ଓଡିଶାର ବେକାରୀଙ୍କୁ କର୍ମ ନିଯୁକ୍ତି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ରୁଗ୍ଣ ଶିଳ୍ପର ବିକାଶ ସହ ଅଧିକ ଶିଳ୍ପାନୁଷ୍ଠାନ ସ୍ଥାପନ, ଉପାନ୍ତ ଗ୍ରାମ ଗୁଡିକୁ ସଡକ ଯୋଗାଯୋଗ, ଚାଷୀ ଭାଇଙ୍କୁ କୃଷିର ବିକାଶ ପାଇଁ ସହଜ କିସ୍ତିରେ ଋଣ, ରାଉରକେଲାରେ ବନ୍ଦ ପଡିଥିବା ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଇସ୍ପାତ କାରଖାନା ପରିଚାଳିତ ଓଡିଆ ବିଦ୍ୟାଳୟର ପୁନରାରମ୍ଭ ତଥା ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ ଓ ରାଉରକେଲା ମ୍ୟୁନିସିପାଲଟିର ନିର୍ବାଚନ ଆଦି ଦାବୀ ଗୁଡିକ ପୂରଣ ନହେଲେ ସୁନ୍ଦରଗଡ ଜିଲ୍ଲାର ୧୭ ବ୍ଲକ, ୭ ବିଧାୟକ ଓ ସାଂସଦ ସହିତ ଜିଲ୍ଲାର ସୁପ୍ତ ଜନମତକୁ ଜାଗ୍ରତ କରି ସୁନ୍ଦରଗଡ ଜିଲ୍ଲା ବନ୍ଦ କରିବା ପାଇଁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରାଭଙ୍ଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

jay balangir
Leave A Reply

Your email address will not be published.

13 + two =

error: Content is protected !!