om academy

ଲମତାପୁଟରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ

jsm

ଲମତାପୁଟ : କୋରାପୁଟର କାଶ୍ମୀର ନାମରେ ଜଣାଶୁଣା ଲମତାପୁଟରେ ୭ ଡିଗ୍ରୀ ତଳକୁ ରହୁଛି ପାରଦ । ଜାରି ରହିଛି ହାଡ଼ଭଙ୍ଗା ଶୀତ ଲହରୀ । ଦିନ ୧୨ଟା ଯାଏ କୁହୁଡି ଘେରାରେ ରହୁଛି ସାରା ଅଞ୍ଚଳ । କୁହୁଡି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଲାଣି । ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି । ଅପରାହ୍ନ ଦୁଇଟା ପରେ ସୂର୍ଯ୍ୟଙ୍କ ଦେଖାମିଳୁନି । ନୂଆ ବର୍ଷଠାରୁ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇ କିଛି ଜୀବନ ମଧ୍ୟ ଯାଇଛି ଜିଲ୍ଲାରେ । ସନ୍ଧ୍ୟା ୭ଟାରେ ରାସ୍ତା ଘାଟ ଶୂନ୍‌ଶାନ୍‌ ହୋଇ ଜନଶୂନ୍ୟ ହୋଇପଡୁଛି ।

Leave A Reply

Your email address will not be published.