jsm

ଓଡ଼ିଆ ସିନେ ଶିଳ୍ପରେ ଚହଳ ସୃଷ୍ଟି କରିବ ସିନେମା ‘ଖରା’

csstore

ବଲାଙ୍ଗିର, (କେପଏନ୍‌ଏସ୍‌) : ଗ୍ରୀଷ୍ମ ପ୍ରବାହକୁ ଆଧାର କରି ସୃଷ୍ଟି ହୋଇଛି ଓଡ଼ିଆ ସିନେମା ‘ଖରା’ । ଏହା ଓଡିଆ ସିନେ ଶିଳ୍ପ ଜଗତରେ ଚହଳ ସୃଷ୍ଟି କରିବ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି । ଶ୍ରେଷ୍ଠ ଆନ୍ତର୍ଜାତୀୟ ସିନେମା ମହୋତ୍ସବରେ ‘ଖରା’ ଚଳଚ୍ଚିତ୍ର ମନୋନୀତ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଏଥିରେ ବଲାଙ୍ଗିର ମାଟିର ସିନେ କଳାକାର ଓ ସିନେପ୍ରେମୀଙ୍କ ସହ ସମଗ୍ର କଳାକାର ଜଗତରେ ଉତ୍ସାହ ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ଅନ୍ୟ ଭାଷାର ଚଳଚ୍ଚିତ୍ରର କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମିତ ହେଉଥିବା ଭଳି ଅପବାଦ ଯୋଗୁଁ ସିନେପ୍ରେମୀଙ୍କ ମଧ୍ୟରେ ହତୋତ୍ସାହର ବାଦ ଛାୟୀ ରହିଥିବା ବେଳେ ‘ଦମନ’ ଚଳଚ୍ଚିତ୍ର ନୂଆ ଆଶାକୁ ଜନ୍ମ ଦେବା ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଶେଷ ସୁନାମ ଅର୍ଜନ କରିଛି । ଏହି ଧାରାରେ ଟିଟିଲାଗଡ଼ର ପଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଖରା’ । ଓଡ଼ିଆ ସିନେ ଜଗତକୁ ଏହି ଚଳଚ୍ଚିତ୍ର ଏକ ବିଶେଷ ଉପହାର ହୋଇପାରିବ ବୋଲି କୁହାଯାଇଛି ।

ଟିଟିଲାଗଡ଼ର ପ୍ରଚଣ୍ଡ ଖରା ପ୍ରସଙ୍ଗ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରୁଥିବା ବେଳେ ଏହି ଆଧାରରେ ନିର୍ମିତ ଓଡିଆ ଚଳଚ୍ଚିତ୍ର ‘ଖରା’ ସିନେ ଜଗତକୁ ହିଟ୍‌ କରିବ ବୋଲି ଆଲୋଚନା ଜୋର୍‌ ଧରିଛି । ଟିଟିଲାଗଡ଼ର ତାତିକୁ ନେଇ ଏହି ଚଳଚିତ୍ରରେ ରହିଥିବା ଗୀତ ‘ଟିଟିଲାଗଡ଼ ନାଇଁସେ ଇଟା ତତଲାଗଡ଼ରେ ନନୀ’ ବିଶେଷ ସ୍ୱତନ୍ତ୍ରତା ବଜାୟ ରଖି ପାରିଥିବା ଏହି ସିନେମାର ପ୍ରଯୋଜକ ତଥା ଉପରୋକ୍ତ ଗୀତର ଗାୟକ ପଙ୍କଜ ଜାଲଙ୍କ ପତ୍ନୀ ମାନସୀ ପାଣିଗ୍ରାହୀ ଓ ସେ ନିଜେ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଆନ୍ତର୍ଜାତୀୟ ସିନେମା ମହୋତ୍ସବର ଶ୍ରେଷ୍ଠ ସିନେମା ତାଲିକାରେ ରହିଥିବା ଚଳଚ୍ଚିତ୍ର ‘ଖରା’ର ନିର୍ଦ୍ଦେଶନା ଦାୟିତ୍ୱ ଜୁଗଳ ସାହୁ ସୁଚାରୁ ରୂପେ ବହନ କରିଥିବା ବେଳେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରୀୟା, ଡ. ଶ୍ରୀକର ମିଶ୍ର, ଲଳିତ ପୂଜାରୀଙ୍କ ଭଳି ବହୁ ବିଶିଷ୍ଟ କଳାକାର ମାନେ ଏଥିରେ ଅଭିନୟ କରିଛନ୍ତି ।

yuvodaya
Leave A Reply

Your email address will not be published.