pakka

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ

bbehera

ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ବୁଧବାର ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା । ଝାଟୁ ସାହୁ ଧାନ ଖଳାରୁ ଧୂଆଁ ବାହାରୁ ଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡ ଯୋଗୁଁ ବର୍ଷକର ଅମଳ ଜଳିପୋଡ଼ି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.

19 + 4 =