csstore

କେନ୍ଦୁପତ୍ର ତୋଳାଳୀଙ୍କୁ ସରକାରଙ୍କ ଅଣଦେଖା : ତୋଳାଳୀ ଅସନ୍ତୋଷ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲାରେ କେନ୍ଦୁପତ୍ର ସଂଗ୍ରହ କରିବା ଏକ ମୁଖ୍ୟ ଜୀବିକା ଓ ଏଥିରେ ବହୁ ପରିବାର ଉପକୃତ ହେଉଥିବାରୁ ଏହାକୁ ପ୍ରାୟ ଗରିବ ବର୍ଗର ଲୋକେ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଯାଇଥାନ୍ତି ଏବଂ ସରକାର ମଧ୍ୟ ଉପଯୁକ୍ତ ପ୍ରାପ୍ୟ ଦେଉଥିବା ସହ ବୋନସ, ଛାତ୍ରଛାତ୍ରୀଙ୍କ ଶିକ୍ଷା ସହାୟତା, ବିବାହ ସହାୟତା ଏବଂ ମୃତ୍ୟୁ ସହାୟତା ରାଶି ପ୍ରଦାନ କରୁଥିଲେ । କିନ୍ତୁ ଚଳିତ ବର୍ଷ ଛାତ୍ରଛାତ୍ରୀ ଶିକ୍ଷା ସହାୟତା ଓ ବିବାହ ସହାୟତା ଦିଆଯାଇ ନଥିବା ବେଳେ ତୋଳାଳୀମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ଦେଖାଦେଇଛି । ବହୁ ଆଶା ଓ ସ୍ୱପ୍ନ ନେଇ ବହୁ ତୋଳାଳୀ ରାତ୍ରି ସମୟରୁ ଜଙ୍ଗଲକୁ ଯାଇ ଭୋକ ଉପବାସରେ ଦିନ ବିତାଇ ବହୁ କଷ୍ଟରେ କେନ୍ଦୁପତ୍ର ସଂଗ୍ରହ କରି ଦିନ ୧୨ ଟାରେ ଘରକୁ ଫେରି ପୁଣି ସଂଗ୍ରହ କରିଥିବା ସେହି ଉପଯୁକ୍ତ ପତ୍ରକୁ କୋଡ଼ିଏଟି ଲେଖାଏଁ ପତ୍ରକୁ ବିଡା ବାନ୍ଧି ସନ୍ଧ୍ୟା ସମୟରେ ପତ୍ର ଫଡ଼ି ଗୃହକୁ ବିକିବା ପାଇଁ ଯାଇଥାନ୍ତି । କିଛି ବର୍ଷ ଆଗରୁ ଗୋଟିଏ କାର୍ଡ ପ୍ରତି ୧୦୦୦ କେରି ପତ୍ର ସଂଗ୍ରହ କଲେ ସରକାରୀ ସୁବିଧା ଦିଆଯିବର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ତାହା ଚଳିତ ବର୍ଷ ଠାରୁ ୨୦୦୦ କେରି ସଂଗ୍ରହ କଲେ ସରକାରୀ ସୁବିଧା ଦିଆଯିବ ବୋଲି ଘୋଷଣା କରାଗଲା । ତଥାପି କିଛି ତୋଳାଳୀ ବହୁ କଷ୍ଟରେ କେନ୍ଦୁପତ୍ର ସଂଗ୍ରହ କରିଥିଲେ ଓ ବହୁ ତୋଳାଳୀ ସଂଗ୍ରହ କରି ପାରିନଥିଲେ ମଧ୍ୟ । ତେବେ ସରକାରୀ ସୁବିଧାରୁ ପ୍ରାୟ ୮୦ ଶତକଡା ତୋଳାଳୀ ବଞ୍ଚିତ ହୋଇଥିଲେ ହେଁ ଯେଉଁ ୨୦ ଶତକଡା ତୋଳାଳୀ ସରକାରଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ପତ୍ର ତୋଳିଥିଲେ ସେମାନଙ୍କୁ ମଧ୍ୟ ଛାତ୍ରଛାତ୍ରୀ ଶିକ୍ଷା ସହାୟତା ଓ ବିବାହ ସହାୟତା ରାଶି ପ୍ରଦାନ କରା ନଯିବାରୁ ସମସ୍ତଙ୍କ ମନରେ ଶକ୍ତ ଆଘାତ ଲାଗିଛି । କିନ୍ତୁ ସରକାର ପୁ୍ନଶ୍ଚ ବିଚାର କରି ୧୦୦୦ କେରି ପତ୍ରକୁ କାର୍ଯ୍ୟକାରୀ କରି ତୋଳାଳୀ ମାନଙ୍କୁ ଉପଯୁକ୍ତ ସହାୟତା ରାଶି ପ୍ରଦାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସେହିପରି ପରି କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ରାଶି ଯୋଗାଇ ଦେବା ସହ ଶିକ୍ଷା ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ ଯୋଗାଇ ଦେବା ଆବଶ୍ୟକ ବୋଲି ଦାବୀ ହେଉଛି ।

jayashree
Leave A Reply

Your email address will not be published.